Home ଜିଲ୍ଲା ପରିକ୍ରମା ଦେଶୀ, ବିଦେଶୀ ମଦ ଜବତ; ୪ ଗିରଫ

ଦେଶୀ, ବିଦେଶୀ ମଦ ଜବତ; ୪ ଗିରଫ

18

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବକାରୀ ବିଭାଗ ପକ୍ଷରୁ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦୦ଲିଟର ଦେଶୀ ମଦ, ୩ ଲିଟର ବିଦେଶୀ ମଦ ଓ ୭ ଲିଟର ବିଅର ମଦ ଜବତ କରାଯିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ ମଦର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ହେବ। ଅଭିଯୁକ୍ତ ଆଖୁଆପଦା ଗ୍ରାମର ବାଦଲ ମଳିକ, ଝୁଟୁଣା ଗ୍ରାମର ଦିଲ୍ଲିପ ଖୁଣ୍ଟିଆ, ଭଣ୍ଡାରିପୋଖରୀ ଗ୍ରାମର ଭାବ ମୁଣ୍ଡା ଓ ପଳସା ଗ୍ରାମର ଜିତେନ୍ଦ ଧଳଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଚଢାଉରେ ଅବକାରୀ ନୀରିକ୍ଷକ ଧନେଶ୍ୱର ବରାଡ, କ୍ଷୀତିଶ ଦାସ, ଭ୍ରାମ୍ୟମାଣ ଦଳ ନୀରିକ୍ଷକ ସ୍ୱାତୀ ପଟ୍ଟନାୟକ, ଧାମନଗର ଅବକାରୀ ଥାନା ଅଧିକାରୀ ପ୍ରହଲ୍ଲାଦ ସାମଲ, ଓ.ଆଇ.ସି ସନ୍ତୋଷ କୁମାର ବଳ, ଭବେଶ ଦାସ, ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଳ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଶିବ ପ୍ରସାଦ ସାହୁ, ଅନବାଦିତ୍ୟ ବାରିକ, ମିଥୁନ ଜେନା, ସଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.