Home ଜିଲ୍ଲା ପରିକ୍ରମା ବି.ଏମ. ପବ୍ଲିକ ସ୍କୁଲରେ ମାତୃ ଦିବସ ପାଳିତ

ବି.ଏମ. ପବ୍ଲିକ ସ୍କୁଲରେ ମାତୃ ଦିବସ ପାଳିତ

23

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣା ବଜାର ହଳଦୀଡ଼ିହି ସ୍ଥିତ ବି.ଏମ. ପବ୍ଲିକ ସ୍କୁଲର ବାର୍ଷିକ “ମାତୃଦିବସ” ମଦିନା ମଇଦାନ ଠାରେ ପାଳିତ ହୋଇଯାଇଛି। ଏହି ଉସ୍‌ôବରେ ସ୍କୁଲର ଅଧ୍ୟକ୍ଷ ବିଶ୍ୱ ରଂଜନ ରାୟଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥ୍‌ôଲା। ସମସ୍ତ ଅତିଥି ଦୀପ ଲଗାଇ ଶୁଭାରମ୍ଭ କରିଥିଲେ। ମାତୃଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆସିଆନାର ମୁଖ୍ୟ ପରିଚାଳିକା ସୋଫିୟା ସେକ୍‌, ସମ୍ମାନିତ ଅତିଥି ଭାବେ ହାଜି ତବରେଜ୍ ଖାନ, ତିଳୋତମା ମାଝି ଯୋଗଦାନ କରି ମାଁର କର୍ତ୍ତବ୍ୟ କେମିତି ପାଳନ ହୁଏ ତାହା ଆଲୋକପାତ କରିଥ୍‌ôଲେ, ମାଁର ଗୋଟିଏ ଅନମୋଲ ରିସ୍ତା ରହେ ଏବଂ ମାଁର ଋଣ କେବେ ବି ଶୁଝି ପାରେ ନାହିଁ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ପରିଚାଳକ ଶେଖ ଅଜିଜୁଲ୍ଲା କାଦରୀ ବିବରଣୀ ପାଠ ପ୍ରଦାନ କରିଥିଲେ ଏବଂ ସ୍କୁଲର ପ୍ରତିଷ୍ଠାତା ସେଖ ବାବୁଜାନ ଓ ମଜମୁନ ନିଶା ଯୋଗଦାନ କରି ଅତଥିମାନଙ୍କୁ ଉତ୍ତରୀୟ ଓ ମାନ ପତ୍ର ସହ ସମ୍ମାନିତ କରିଥ୍‌ôଲେ। ଏହି କାର୍ଯ୍ୟକ୍ରମ ସରିଲା ପରେ ସ୍କୁଲର କୁନିକୁନି ଛାତ୍ର/ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥ୍‌ôଲା। ସମସ୍ତ କାର୍ଯ୍ୟକ୍ରମ କୁ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀ ସବାନା ପରୱୀନ, ଫିରଦୋଷ କାଦୀରି, ସମିଲ ଅହେମଦ୍‌, ବିପ୍ଳବ ବିଶ୍ୱ, ନିୟାଜୁଦ୍ଦିନ, ଗଜାଲା ପରୱୀନ, ହମସିରା ଜାହାଁ, ଅମିନା କାଦରୀ, ତବାସୁମ ପରୱୀନ, ଜିନତ ୟାସମିନ, ନନ୍ନି ପରୱୀନ, ପୁଜାଞ୍ଜଳି ସ୍ୱାଇଁ, ସିମା କାଦରୀ, ଫୟାଜ ଖାଁ, ହାଫିଜ ଖାଁ, ଓ ମିନହାଜ ଖାଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥ୍‌ôଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.