Home ଓଡ଼ିଶା ବାଲିଗୁଡା ପୋଲିସ ଦ୍ୱାରା ୧୯ ଜଣ ଯୁବତୀଯୁବକ ଓ ଛୋଟପିଲା ଉଦ୍ଧାର, ଦଲାଲ ଗିରଫ

ବାଲିଗୁଡା ପୋଲିସ ଦ୍ୱାରା ୧୯ ଜଣ ଯୁବତୀଯୁବକ ଓ ଛୋଟପିଲା ଉଦ୍ଧାର, ଦଲାଲ ଗିରଫ

83

ବାଲିଗୁଡା, ୨୨/୧୧ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡା ବସଷ୍ଟାଣ୍ଡରୁ ୧୯ଜଣ ଯୁବକଯୁବତୀ ଓ ଛୋଟପିଲା ଲେବର ଚାଲାନ ବେଳେ ଉଦ୍ଧାର କଲା ବାଲିଗୁଡା ପୋଲିସ ଓ ଦଲାଲକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି।ସୂଚନା ପ୍ରକାରେ ସୋମବାରଦିନ ବିଳମ୍ବିତ ରାତିରେ ବାଲିଗୁଡା ପୋଲିସ ଖବର ପାଇ ବସଷ୍ଟାଣ୍ଡରେ ପହଁଚିଥିଲା ସେଠାରେ ଦେଖିବାକୁ ପାଇଥିଲା କି କିଛି ନାବାଳକ, ନାବାଳିକା, ଯୁବକ, ଯୁବତୀ ମୋଟ ୧୯ ଜଣ ଏକ ଦଲାଲ ସାଙ୍ଗରେ ବସର ଅପେକ୍ଷାରେ ଥିଲେ।ଏହି ସମୟରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚାରାଉଚାରା କରିଥିଲେ। ଏହାପରେ ଜାଣିବାକୁ ପାଇଥିଲା ଯେ ସୋନପୁର ଜିଲ୍ଲା ତରଭା ଗ୍ରାମର ଆଶୁତୋଷ ଗିଜେ ନାମକ ଦଲାଲ ଏହି ୧୯ଜଣଙ୍କୁ ବାହାରକୁ ଚାଲଣ କରୁଥିଲା। ଦଲାଲ ଗିଜେ ପାଖରେ ନାଥିଲା ଲେବର ଲାଇସେନ୍ସ ନା ଆଉ କିଛି ପ୍ରମାଣ ପତ୍ର। ଉଦ୍ଧାର ହୋଇଥିବା ୧୯ ଜଣଙ୍କ ମଧ୍ୟରୁ କିଛି ଜଣଙ୍କ ଘର ରାୟଗଡା ଜିଲ୍ଲା ଓ କନ୍ଧମାଳ ଜିଲ୍ଲାର ବୋଲି ଜଣ ପଡିଛି। ଉଦ୍ଧାର ହୋଇଥିବା ଯୁବକଯୁବତୀଙ୍କୁ ୧୮ ବର୍ଷରୁ ଉର୍ଦ୍ଦ ଥିବା ଲୋକଙ୍କୁ ଲେଖାରଖି ନିଜକୁ ଗ୍ରାମକୁ ଛାଡିଥିବା ବେଳେ ଅନ୍ୟ ପକ୍ଷରେ ନାବାଳିକା ଓ ନାବଳକଙ୍କୁ ସିଡବ୍ଲୁସିଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି। କେଶ ନମ୍ବର୧୪୩/୨୦୧୯ରେ ମାମଲା ରୁଜୁ କରି ଦଲାଲ ଆଶୁତୋଷ ଗିଜେକୁ କୋର୍ଟଚାଲଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.