Home କନ୍ଧମାଳ ବାଲିଗୁଡା ନଗର ବିଜେପିର ସାଧାରଣ ବୈଠକ

ବାଲିଗୁଡା ନଗର ବିଜେପିର ସାଧାରଣ ବୈଠକ

84

ବାଲିଗୁଡା, ୧୫/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) – ବାଲିଗୁଡା ନଗର ବିଜେପିର ଏକ ସାଧାରଣ ବୈଠକ ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ନଗର ବିଜେପିର ସଭାପତି ଦିବାକର ସାହୁଙ୍କ ନେତଋତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଭାଜପାର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ସଂଗଠନ ପାଇଁ କେନ୍ଦ୍ରରେ ଯେଉଁସବୁ ନିୟମ ଆସୁଛି ତାକୁ ଠିକ ଭାବରେ ତୃଣମୁଳ ସ୍ତରରେ କାର୍ଯ୍ୟକାରି କରାଯାଏ ତେବେ ଦଳ ନିଶ୍ଚିତ ଭାବରେ ଆଗକୁ ଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଓ ବୁଥ କିମଟିହିଁ ଦଳକୁ ମଜବୁତ କରାଇପାରିବେ।

ଉକ୍ତ ବୈଠକରେ ବାଲିଗୁଡା ନଗରର ବୁଥ ସ୍ତରୀୟ କମିଟି ଗଠନ କରାଯାଇ ସମସ୍ତ ୱାର୍ଡରେ ୱାର୍ଡ ବୈଠକ କରିବା ଓ ସକ୍ରୀୟ ସଦସ୍ୟ ଗ୍ରହଣ କରିବାକୁ ନିଷ୍ପତି ହୋଇଛି ଏବଂ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱର ଗ୍ରସ୍ତରେ ଅମିତ ଶାହା ଅସୁଛନ୍ତି ଏଥିରେ ବୁଥ କମିଟି ସଭାପତି ମାନେ ଅଧିକରୁ ଅଧିକ ଯୋଗ ଦେବାକୁ ମଧ୍ୟ ଆଲୋଚନା ହୋଇଛି।ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପଦ୍ମ ଚରଣ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚ ସଭାପତି ରଂଜିତ କୁମାର ସାହୁ, ହିନଦୁପୁତ୍ର ସଂଗଠନର ରାଜ୍ୟ ସଭାପତି ସୁରେଶ କୁମାର ପତି, ନଗର ସହ ସମ୍ପାଦକ ରମାନନ୍ଦ ଘଡାଇ, ଆଦିକନ୍ଧ ପଟ୍ଟନାୟକ, କ୍ଷମା ସାଗର ପ୍ରଧାନ, ଅନିଲ ଦାସ, ଅଭୟ ପାତ୍ର, ଶିବାନନ୍ଦ ପଟ୍ଟନାୟକ, ଧନେଶ୍ୱର ନାୟକଙ୍କ ସମେତ ବହୁ ବିଜେପି କାର୍ଯ୍ୟକ୍ରତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.