Home କନ୍ଧମାଳ ବାଲିଗୁଡା ଏନଏସିରେ ସ୍ୱାୟତ ଶାସନ ନଦିବସ ପାଳିତ

ବାଲିଗୁଡା ଏନଏସିରେ ସ୍ୱାୟତ ଶାସନ ନଦିବସ ପାଳିତ

103

ବାଲିଗୁଡା, ୩୧/୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ସର୍ବଭାରତୀୟ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏକ ବୈଠକ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏନଏସି ଅଧକ୍ଷା ମମତା ବେହେରାଙ୍କ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ଚକ୍ରମଣି କହଁର ଯୋଗଦେଇ ବାଲିଗୁଡା ସହରକୁ ଉନ୍ନତି କରିବା ସକାଶେ ସମସ୍ତଙ୍କ ଚେଷ୍ଟା ରହିବା ଦରକାର ଓ ଆଜିଭଳି ଦିନରେ ବାଲିଗୁଡା ଏନଏସିର କାଉନ୍ସିଲରମାନେ ଅନୁପସ୍ଥିତ ରହିଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ କଲେଜ ଅଧକ୍ଷ ମଧୁସୂଦନ ମହାପାତ୍ର ଯୋଗଦେଇ। ସମ୍ମାନୀତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗି ଓ ଉପାଦକ୍ଷ ଲୋକନାଥ ପାଢୀ, କାଉସିଲର ଅର୍ଜୁନ ନାୟକ ମଂଚାସୀନ ଥିଲେ। ଏସଆଇ ରାଜକିସୋର ସାହୁ ଅତିଥି ପରିଚୟ କରାଇଥିବା ବେଳେ ଶେଷରେ ଏକାଇଣ୍ଟେଣ୍ଡ ଦେବାସିସ ମହାନ୍ତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କିଛି ଲୋକଙ୍କୁ ନୂତନ ଭାବରେ ଭତ୍ତା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.