Home ଓଡ଼ିଶା ବାଲିଗୁଡାରେ ପରିବା ଦର ଆକାଶ ଛୁଆଁ: ଆଳୁକୁ ଛାଡି ସବୁ ପନିପରିବା ୫୦ଟଙ୍କା ଉପରେ

ବାଲିଗୁଡାରେ ପରିବା ଦର ଆକାଶ ଛୁଆଁ: ଆଳୁକୁ ଛାଡି ସବୁ ପନିପରିବା ୫୦ଟଙ୍କା ଉପରେ

432

ବାଲିଗୁଡା, ୧୭/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ଗୋଟିଏ ପଟେ କରୋନା କାୟା ବିସ୍ତାର କରିଥିବା ବେଳେ ଅନ୍ୟ ପଟେ କନ୍ଦାଇଲାଣି ପରିବା ମୂଲ୍ୟ I ପୋଟଳ ଠାରୁ ଆରମ୍ଭ କରି ବାଇଗଣ, କଲରା, କାକୁଡି, ଟମାଟୋ, ଭେଣ୍ଡି, ସବୁ ପରିବା ଦର ପଚାଶ ଉପରେ -ସେହିପରି କ୍ୟାପିସିକମଦର ୧୦୦ ଟପିଗଲାଣି I ଏବେ ସାଧାରଣ ଗ୍ରାହକ ଟିଏ ପରିବା ବଜାର କୁ ଗଲେ କେଉଁ ପରିବା କିଣିବ ଚିନ୍ତାରେ ପଡୁଛି I ଏପଟେ ଏବେ ପର୍ଯ୍ୟନ୍ତ ପରିବା ଦର ବୃଦ୍ଧି ରେ ନିସ୍ତାର ନାହିଁ। ଲକ ଡାଉନ ଓ ସଟ ଡାଉନ ହେଉଥିବା ରୁ ବିଭିନ୍ନ ପ୍ରକାର ଅସୁବିଧା ହେଉଛି Iଅନ୍ୟ ପଟେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଏପଟେ ଗାଡି ମାଲିକ ଗାଡ଼ି ଚଳାଇବା ପାଇଁ ମଧ୍ୟ ଇଛା କରୁ ନାହାନ୍ତି। ଫଳରେ ପରିବା ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ଅନ୍ୟ ପଟେ ଗ୍ରାହକ ମାନେ ପରିବା ଘରକୁ ନେଇ ଅସନ୍ତୁଷ୍ଟ ହେଉଥିବା ବେଳେ ରାଜ୍ୟ ସରକାର ଏଥି ପାଇଁ ଦାୟୀ ବୋଲି ସାଧାରଣ ଲୋକ କହିଛନ୍ତି। ପ୍ରଥମେ ଲକ ଡାଉନ ଚାଷୀଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଇଥିଲା Iବିଲ ରେ ନଷ୍ଟ ହେଉଥିଲା ପରିବା, ବିକ୍ରି ବଟା ପାଇଁ ସୁଯୋଗ ନଥିଲା। ଯାହା କିଛି ବଞ୍ଚିଥିଲା ତାକୁ ବିକି ଦି ପଇସା ରୋଜଗାର କରିବା ପାଇଁ ଚିନ୍ତା କରିଥିଲା ଚାଷୀ। ମାତ୍ର ଏହା ପରେ ଏହାର ସିଧାସଳଖ ପ୍ରଭାବ ପଡିଛି ପରିବାବଜାର ଉପରେ। ଚଢା ଦରରେ ବିକ୍ରି ହେଉଛି ସବୁ ପରିବା ପ୍ରଭାବିତ ହୋଇଛି ଗରିବ ଭାତ ହାଣ୍ଡି ଶାଳ। ଗୋଟିଏ ପଟେ କରୋନା ର ଜୀବିକା ଛଡାଇ ନେଇଥିବା ବେଳେ ଏବେ ଭାତ ସାଙ୍ଗରେ ତରକାରୀ ଯୋଗାଡ଼ କରିବା କଷ୍ଟକର ହୋଇପଡିଛି I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.