Home ଓଡ଼ିଶା ବାଲିଗୁଡ଼ାରେ ପାନୀୟ ଜଳର ଉତ୍କଟ ସମସ୍ୟା; ଲୋ ଭୋଲଟେଜ୍ ଯୋଗୁଁ କଲବଲ ଅଞ୍ଚଳବାସୀ

ବାଲିଗୁଡ଼ାରେ ପାନୀୟ ଜଳର ଉତ୍କଟ ସମସ୍ୟା; ଲୋ ଭୋଲଟେଜ୍ ଯୋଗୁଁ କଲବଲ ଅଞ୍ଚଳବାସୀ

78

ବାଲିଗୁଡ଼ା, ୨୮-୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଗୋଟିଏ ପଟେ ମହାମାରୀ କରୋନା କୁ ନେଇ ସାରା ବିଶ୍ବ ଚିନ୍ତିତ। ଅତ୍ୟାବଶ୍ୟକ ସାମଗ୍ରୀ ଜନସାଧାରଣଙ୍କୁ ଯୋଗାଇଦେବାକୁ ସରକାର ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସରକାରୀ ବାବୁ ମାନଙ୍କ ମନମୁଖୀ କାମ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଂଚଳ ପରିଷଦରୁ। ଲୋ ଭୋଲଟେଜ୍ ଯୋଗୁଁ କଲବଲ ଅଞ୍ଚଳବାସୀ। ଦୀର୍ଘ ସପ୍ତାହେ ହେଲାଣି ବାଲିଗୁଡ଼ା ଅଞ୍ଚଳରେ ଲୋ ଭୋଲଟେଜ୍ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଲିଗୁଡ଼ା ଅଞ୍ଚଳବାସୀ। ଦିନକୁ ଦିନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଲୋ ଭୋଲଟେଜ୍ ଯୋଗୁଁ ଘରେ ଫ୍ୟାନ୍ ଚାଲୁନାହିଁ। ଲୋକେ ଗରମରେ ସିଝୁଛନ୍ତି। ଅନ୍ୟପଟେ ଲୋ ଭୋଲଟେଜ୍ ଯୋଗୁଁ ସହରରେ ଜଳ ଯୋଗାଣ ମଧ୍ୟ ହୋଇପାରୁନାହିଁ। ଦୀର୍ଘ ଚାରିଦିନ ବିତିଗଲାଣି ସହରବାସୀ ପାନୀୟ ଜଳ ପାଇପାରୁନଥିବା ଅଭିଯୋଗ କରିଛନ୍ତି। ସେପଟେ ପମ୍ପ ଅପରେଟରଙ୍କ କହିବା ଅନୁଯାୟୀ ଲୋ ଭୋଲଟେଜ୍ ଯୋଗୁଁ ମୋଟର ଚାଲିପାରୁନାହିଁ ଯାହାଫଳରେ ସହରବାସୀଙ୍କୁ ଜଳ ଯୋଗାଇବା ସମ୍ଭବ ସୋଇପାରୁନାହିଁ ବୋଲି ପମ୍ପ ଅପରେଟର କହିଛନ୍ତି। ପ୍ରକାଶଥାଉକି ବାଲିଗୁଡ଼ା ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇଥିଲେ ମଧ ଏଠାରେ ଜଳଯୋଗାଣ ସଂସ୍ଥା ପିଏଚଡି ବିଭାଗର କୌଣସି କାର୍ଯ୍ୟାଳୟ ନାହିଁ। ଗୋଟିଏ ପଟେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀ ଜଳଯୋଗାଣ ନେଇ କୌଣଶି ପଦକ୍ଷେପ ନେଉନଥିବା ବେଳେ ପିଏଚଇଡି ବିଭାଗର ଯେଉଁ ଅଧିକାରୀ ବାଲିଗୁଡ଼ା ଦାୟିତ୍ବରେ ଅଛନ୍ତି ତାଙ୍କର ଦେଖା ମିଳୁନାହିଁ। ଲୋକେ ଅଭିଯୋଗ କରିବେ କାହାକୁ.? ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ହୋଇପଡ଼ିଛି। ଯଥାଶୀଘ୍ର ସମସ୍ୟାର ସମାଧାନ କରାଗଲେ ଅଞ୍ଚଳବାସୀଙ୍କ ଜଳ କଷ୍ଟ ଦୁର ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି।ଅନ୍ୟଥା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଅଞ୍ଚଳବାସୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.