Home କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପଂଚାୟତ ପରିଦର୍ଶନ ଓ କରୋନା ପ୍ରସ୍ତୁତି ସମୀକ୍ଷା

ଜିଲ୍ଲାପାଳଙ୍କ ପଂଚାୟତ ପରିଦର୍ଶନ ଓ କରୋନା ପ୍ରସ୍ତୁତି ସମୀକ୍ଷା

108

କେନ୍ଦ୍ରାପଡା ୨୬/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକର ଭରତପୁର ପଂଚାୟତକୁ ପରିଦର୍ଶନରେ ଯାଇ ପଂଚାୟତରେ କରୋନା ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡିଛି। ଜିଲ୍ଲାପାଳ ଶ୍ରୀ ବର୍ମା ଭରତପୁର ପଂଚାୟତ ପରିଦର୍ଶନ କରି ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତଙ୍କ ସହିତ ଆଇସୋଲେସନ କେନ୍ଦ୍ରର ପ୍ରସ୍ତୁତି, ଲକଡାଉନ ଉଠିବା ପରେ ପଂଚାୟତକୁ ଆସିବା ପାଇଁ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକମାନଙ୍କ ପଞ୍ଜିକରଣ ତାଲିକା ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ପଂଚାୟତକୁ ଆସିବାକୁ ଥିବା ରାଜ୍ୟ ବାହାର ଲୋକଙ୍କୁ ଯେପରି ଆଇସୋଲେସନ କେନ୍ଦ୍ରରେ ସମସ୍ତ ଆବଶ୍ୟକ ସୁବିଧା ସୁଯୋଗ ସହ ରଖାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆବଶ୍ୟକ ପରାମର୍ଶ ଦେଇଥିଲେ। ଏଥିସହିତ ଜିଲ୍ଲାପାଳ ଶ୍ରୀ ବର୍ମା ବଗଡା, କଳପଡା, ଓସ୍ତପୁର, କଂସାର, ପୁରୁଷୋତ୍ତମପୁର, ଆୟବା ଓ କପାଳେଶ୍ୱର ପ୍ରଭୃତି ୮ଟି ପଂଚାୟତକୁ ପରିଦର୍ଶନକରି ସେହି ସବୁ ପଂଚାୟତର କରୋନା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହିତ ସଂପୃକ୍ତ ପଂଚାୟତର ସରପଂଚ ମାନଙ୍କ ସହିତ ଏସବୁ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ସହ ବିଡିଓ ସୁଧିର କୁମାର ସିଂ, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରାଙ୍କ ସମେତ ସଂପୃକ୍ତ ପଂଚାୟତର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.