Home ଜିଲ୍ଲା ପରିକ୍ରମା ବାର୍ଷିକ ପୁଷ୍ପ ପ୍ରଦର୍ଶନୀ

ବାର୍ଷିକ ପୁଷ୍ପ ପ୍ରଦର୍ଶନୀ

112

ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବାର୍ଷିକ ପୁଷ୍ପପ୍ରଦର୍ଶନୀ ଗାନ୍ଧି ସ୍ମୃତିପୀଠଠାରେ ୨ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପୁଷ୍ପ ପ୍ରଦର୍ଶନୀରେ ୧୫୦ପ୍ରକାର ଫୁଲ ପ୍ରଦର୍ଶନୀ ରେ ସ୍ଥାନ ପାଇଥିଲା। ୯ଟି ଅନୁଷ୍ଠାନ ଏବଂ ୧୫ଜଣ ବ୍ୟକ୍ତି ବିଶେଷ ସେଥିରେ ଅଂଶ ଗ୍ରହଣ କରିଥିଲେ। ନେଚର ଲଭର୍ସ କ୍ଲବ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସଭାପତି ଚକ୍ରଧର ସାହୁ ସଂପାଦକ ରବୀନ୍ଦ୍ର କୁମାର ସେନାପତି ଉପସଭାପତି ଡଃ ଅନନ୍ତ କୁମାର ସାହୁ ଓସାଧକ୍ଷ ପ୍ରମୋଦ କୁମାର ରଥ ରମେଶ ଚନ୍ଦ୍ର ମହାନ୍ତି ଗିରିଜା ପ୍ରସାଦ ସାମଲ ଓ ଚକ୍ରଧର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ପୁଷ୍ପ ପ୍ରଦର୍ଶନୀ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହେବା ସହ ଏହାକୁ ଦେଖିବା ପାଇଁ ଲୋକମାନଙ୍କର ପ୍ରବଳ ଭିଡ ଜମିଥିଲା। ଏହି ପ୍ରଦର୍ଶନୀରେ ବ୍ୟକ୍ତିଗତ ପ୍ରତିଯୋଗି ଭାବେ ଲକ୍ଷ୍ମୀନାରାୟଣ ଖୁଂଟିଆ ଓ ଅନୁଷ୍ଠାନ, ମାନଙ୍କ ମଧ୍ୟରୁ ତୋସାଳି ସ୍ୟାନଡସ କୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.