Home ଜିଲ୍ଲା ପରିକ୍ରମା ଐତିହ‌୍ୟ କରିଡର ବୁଲିଲେ ଛାତ୍ରଛାତ୍ରୀ

ଐତିହ‌୍ୟ କରିଡର ବୁଲିଲେ ଛାତ୍ରଛାତ୍ରୀ

192

ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହର ଐତିହାସିକ ସ୍ଥାନ ଗୁଡିକୁ ଗତକାଲି ସାଇକେଲରେ ପରିଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ପୁରୀକୁ ପ୍ଲାଷ୍ଟିକ ମୁକ୍ତ ଏବଂ ପ୍ରଦୂଷଣ ମୁକ୍ତ କରିବା ପାଇଁ ସଂକଳ୍ପ ଗ୍ରହଣ କରିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ମଠାଧିଶ ଏବଂ ବିଭିନ୍ନ ବିଭାଗୀୟ ଅଧିକାରିଙ୍କ ସହ ଆଲୋଚନା କରିଛନ୍ତି ବିଶ୍ୱମ୍ବର ବିଦ୍ୟାପୀଠର ୫୦ ଛାତ୍ରଛାତ୍ରୀ। ଜିଲା ପ୍ରଶାସନ ଏବଂ ଓଡିଶା ପରିବେଶ ପର୍ଯ୍ୟଟନ ଫାଉଣ୍ଡେସନ ପକ୍ଷରୁ ମୋ ସହର ମୋ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ସାଇକଲ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିବା ପରେ ପାନ୍ଥ ନିବାସରେ ସମାପ୍ତ ହୋଇଛି। ପ୍ରବଳ ଉତ୍କଣ୍ଠାର ସହ ଛାତ୍ରଛାତ୍ରୀମାନେ ଗୋବର୍ଦ୍ଧନପୀଠ, ବାଉଳିମଠ, ତୋଟା ଗୋପୀନାଥ, କରାର ଆଶ୍ରମ, ବିଦୁର ମଠ ଏବଂ କବିରଚଉରା ମଠ ପରିଦର୍ଶନ କରିଛନ୍ତି। ଭାରତ ସେବାଶ୍ରମ ସଂଘ ଏବଂ ମଦର ତେରେସା ଆଶ୍ରମର ଉତ୍ସର୍ଗୀକୃତ ସମାଜସେବୀ ସେମାନଙ୍କୁ ଅନୁପ୍ରାଣୀତ କରିଛି। ଗବେଷକ ଡଃ ଭାସ୍କର ମିଶ୍ର ଏବଂ ବିଶ୍ୱନାଥ ସାମନ୍ତରା ସେମାନଙ୍କୁ ଶ୍ରୀମନ୍ଦିର ସହ ମଠଗୁଡିକର ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ। ବାଉଳିମଠର ଉତ୍ପତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ମହନ୍ତ ଲୋକନାଥ ଦାସ। ପାନ୍ଥ ନିବାସରେ ଉଦଯାପନା ସଭା ଅନୁଷ୍ଠିତ ହୋଇଥିଲା। ଜିଲାପାଳ ବଲଓନ୍ତ ସିଂହ ସେଥିରେ ଯୋଗଦେଇ ମୋ ଭବିଷ୍ୟତର ପୁରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଲେ ପୁରୀ ନେଳାଭୁମିକୁ ଆନ୍ତର୍ଜାତୀୟ ସ୍ୱଛ ବାଳଭୂମି ମାନ୍ୟତା ମିଳିବାରେ ଛାତ୍ରଛାତ୍ରୀଙ୍କ ପ୍ରମୁଖ ଅବଦାନ ରହିଛି। ପୁରୀରୁ ଆରମ୍ଭ ହୋଇଥିବା ମୋ ବେଳାଭୂମି ଅଭଯାନ ଅନ୍ୟ ରାଜ୍ୟପାଇଁ ପ୍ରେରଣା ଯୋଗାଇଛି।

ବ୍ଲୁ-ଫ୍ଲାଗ ପାଇଲଟ ବେଳାଭୂମୀ ପ୍ରକଳ୍ପ ଖୁବଶୀଘ କାର୍ଯ୍ୟକ୍ରମ କରାଯିବ। ଏହାଦ୍ୱାରା ପୁରୀକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବା ସହ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ପୁରୀ ସ୍ୱତନ୍ତ୍ର ସ୍ଥାନ ଲାଭ କରିବ। ପଲଥିନମୁକ୍ତ ପୁରୀ ପରିକଳ୍ପନା ଛାତ୍ରଛାତ୍ରୀଙ୍କ ସହଯୋଗ ଚତୁଃପାର୍ଶ୍ୱ ଐତିହ କରିଡର ବିକାଶ ଯୋଜନା ସମ୍ପର୍କରେ ଜିଲାପାଳ ଶ୍ରୀ ସିଂହ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ। ସହକାରୀ ପର୍ଯ୍ୟଟନ ନିର୍ଦେଶକ ବିଜୟ କୁମାର ଜେନା ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ବିଶ୍ୱମ୍ବର ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ସୁଶିଲ କୁମାର ବ୍ରହ୍ମା ସ୍ୱଛ ଭାରତ ବୈଷୟିକ ପରାମର୍ଶଦାତା ରିତିକ ଜୈନ ଓଡିଶା ଉପକୂଳବର୍ତ୍ତୀ ଅଂଚଳ ପରିଚାଳନା ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ଜଗନ୍ନାଥ ବସ୍ତିଆ ଲାୟନ୍ସ କ୍ଲବର ଶାନ୍ତରଞନ ମିଶ ସେଥିରେ ଯୋଗଦେଇ ପ୍ରାକୃତିକ ପରିବେଷ ଏବଂ ଐତିହ ସଂରକ୍ଷଣ ପାଇଁ ପରାମର୍ଶ ଦେଇଥିଲେ। ଓଡିଶା ପରିବେଶ ପର୍ଯ୍ୟଟନ ଫାଉଣ୍ଡେସନ ସଭାପତି ଯୁଗବ୍ରତ କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଣିକି ପତ୍ୟେକ ରବିବାର ବିଭିନ୍ନ ବିଦ୍ୟାଳୟର ୫୦ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.