Home ଓଡ଼ିଶା ଦୁଷ୍ମର୍ମ ପୀଡ଼ିତାମାନଙ୍କୁ ନ୍ୟାୟ ଦେବାରେ ନବୀନ ସରକାର ଉଦାସୀନହରିଚନ୍ଦନପୁର (ଯାଜପୁର) ଦୁଷ୍ମର୍ମ ପୀଡ଼ିତା ପ୍ରତି ପ୍ରଶାସନ...

ଦୁଷ୍ମର୍ମ ପୀଡ଼ିତାମାନଙ୍କୁ ନ୍ୟାୟ ଦେବାରେ ନବୀନ ସରକାର ଉଦାସୀନହରିଚନ୍ଦନପୁର (ଯାଜପୁର) ଦୁଷ୍ମର୍ମ ପୀଡ଼ିତା ପ୍ରତି ପ୍ରଶାସନ ନିର୍ଦ୍ଦୟ : ପ୍ରଦୀପ ମାଝୀ

121

ଭୁବନେଶ୍ୱର ତା ୨୧.୧ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଟିଗଡ଼ିଆ ପଂଚାୟତ ଅଧିନସ୍ଥ ହରିଚନ୍ଦନପୁର ଗ୍ରାମର ଗଣ ଦୁଷ୍କର୍ମ ପୀଡ଼ିତା ମନିଷା ମଲ୍ଲିକ୍‌ର ଦୟନୀୟ ଅବସ୍ଥା ପ୍ରତି ରାଜ୍ୟ ସରକାର ଉଦାସୀନ ବୋଲି କହିଛନ୍ତି। ପୂର୍ବେ ମା’କୁ ସମ୍ମାନ, ଗାଁକୁ କାମ ଏବଂ ଏବେ ପ୍ରଶାସନର ସ୍ୱଚ୍ଛତା ପାଇଁ ୫ଟି ବ୍ୟବସ୍ଥା ପ୍ରଚଳନ କରି ସ୍ୱଚ୍ଛ ଏବଂ ସଫଳ ଶାସନର ଡିଣ୍ଡିମ ପିଟୁଥିବା ନବୀନ ସରକାର କିନ୍ତୁ ବାସ୍ତବ କ୍ଷେତ୍ରରେ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ। ବିଶେଷକରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଗୃହ ବିଭାଗ ସଂପୂର୍ଣ୍ଣ ଅପାରଗ, ଦୁର୍ନୀତିଖୋର ହୋଇପଡ଼ିଛି। ଶ୍ରୀ ମାଝୀ କହିଛନ୍ତି ଗତ ଜାନୁଆରୀ ୧୪ ତାରିଖରେ ମନିଷା ମଲ୍ଲିକ୍‌କୁ ଅପହରଣ କରାଯାଇଥିଲା। ଗତ ଜାନୁଆରୀ ୧୮ ତାରିଖ ସଂନ୍ଧ୍ୟା ୪ଘଂଟା ସମୟରେ ବାରବାଟୀ ବ୍ରିଜ୍ ଉପରେ ତାଙ୍କୁ ଅତି ଦୟନୀୟ ଅବସ୍ଥାରେ ଫୋପାଡ଼ି ଦିଆଯାଇଥିଲା। “ବାରବାଟୀ ବ୍ରିଜ ନିକଟରେ ଝିଅକୁ ପାଇବବୋଲି” ଘଟଣାରେ ସଂପୃକ୍ତ ଥିବା ଅପରାଧି ସତ୍ୟନାରାୟଣ ସାମଲ (ପିଂଟୁ) ପୀଡ଼ିତାର ପିତାଙ୍କୁ ଫୋନ କରି ଜଣାଇଥିଲା। ଏହି ଅପହରଣ ଏବଂ ଗଣଦୁଷ୍ମର୍ମ ଘଟଣାରେ ସତ୍ୟନାରାୟଣର ଭଉଣୀ ପୋଲିସ କନେଷ୍ଟବଳ ରଂଜିତା ବାରିକ ଏବଂ ଭିଣୋଇ ପୋଲିସ କନେଷ୍ଟବଳ ସନ୍ତୋଷ ବାରିକ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ରହିଛନ୍ତି।

ସଂଗୃହିତ ତଥ୍ୟରୁ ଯାହା ଜଣାପଡ଼ିଛି ପୀଡ଼ିତାକୁ ନିଶାସେବନ କରାଇ ଗଣଦୁଷ୍ମର୍ମ କରାଯାଇଥିଲା। ପୀଡ଼ିତାର ପିତା ଧନେଶ୍ୱର ମଲ୍ଲିକଙ୍କ ଏତଲା ସ୍ଥାନୀୟ ଧର୍ମଶାଳା ଥାନା ପ୍ରଥମେ ଗ୍ରହଣ କଲା ନାହିଁ। ଏଭଳି ସଂଗୀନ ପରିସ୍ଥିତିରେ ଜାରକା ଫାଣ୍ଡିରେ ଏତଲା ଦେବାକୁ ଥାନା ପକ୍ଷରୁ କୁହାଗଲା। ଜାରକା ଫାଣ୍ଡି ପୀଡ଼ିତା ପିତାର ଏତଲା ରଖିବା ତ ଦୁରର କଥା ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଘଟଣାର ୧୦ଦିନ ପରେବି ଅନ୍ୟ ଦୁଇ ଅପରାଧି ସନ୍ତୋଷ ଏବଂ ରଞ୍ଜିତାକୁ ଗିରଫ କରିବାରେ ପୋଲିସ ଅସମର୍ଥ ହୋଇଛି, କି ସେମାନେ କନେଷ୍ଟବଳ ହୋଇଥିବାରୁ ତାଙ୍କୁ ପୋଲିସ ଘଂଟ ଘୋଡ଼ାଉଛି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି। ଏବେ ପୀଡ଼ିତା ମନୀଷା ନ୍ୟାୟ ମାଗୁଛି ମାତ୍ର ଏ କ୍ଷେତ୍ରରେ ଫାଇଭ-ଟି ଏକ ପ୍ରହସନ ହୋଇପଡ଼ିଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ପୀଡ଼ିତାକୁ ସରକାରୀ ବିଧିବ୍ୟବସ୍ଥା ଅନୁଯାୟୀ ଅନୁକମ୍ପାମୂଳକ ସହାୟତା ତୁରନ୍ତ ଘୋଷଣା କରିବା ସହ ବାଡ଼ହୋଇ ଫସଲ ଖାଇଥିବା ଦୁଇ କନେଷ୍ଟବଳକୁ ଶୀଘ୍ର ଗିରଫ କରିବାପାଇଁ ଶ୍ରୀ ମାଝୀ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏବଂ ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ସ୍ମୃତିରେଖା ପହି ଅଂଶ ଗ୍ରହଣ କରିଥିଲେ।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଘଟଣାର ଅନୁସନ୍ଧାନ ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଘୋଷଣା କରିଛନ୍ତି ଯେଉଁଥରେ କି ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମନୋଜ ରାଉତ ଆବାହକ ରହିଛନ୍ତି। ପୂର୍ବତନ ଆଇଜ୍ ପୋଲିସ ଶ୍ରୀ ବଟକୃଷ୍ଣ ତ୍ରିପାଠୀ, ପିସିସି ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ବନ୍ଦିତା ପରିଡ଼ା, ସ୍ମୃତିରେଖା ପହି, ଶୁଭଶ୍ରୀ ପଣ୍ଡା, ରିତାଶ୍ରୀ ମହାନ୍ତି, ମନୋରଞ୍ଜନ ଦାଶ, ଉମେଶ ଜେନା ଓ ଅଜୟ ସାମଲ ଏହି କମିଟିରେ ସଭ୍ୟ ରହିଛନ୍ତି। ଏହି କମିଟି ଆସନ୍ତା ତା ୨୨.୦୧.୨୦୨୦ ରିଖରେ ହରିଚନ୍ଦନପୁର ଗସ୍ତକରି ଘଟଣାର ଅନୁସନ୍ଧାନ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.