Home ଜିଲ୍ଲା ପରିକ୍ରମା କବି ନଟବର ରାଉଳଙ୍କ କବିତା ସଙ୍କଳନ ‘ଅକାଟ୍ୟ ଅଭିଶାପ’ ପାଠକାର୍ପିତ

କବି ନଟବର ରାଉଳଙ୍କ କବିତା ସଙ୍କଳନ ‘ଅକାଟ୍ୟ ଅଭିଶାପ’ ପାଠକାର୍ପିତ

23

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଭାଗବତଟୁଙ୍ଗୀ ପରିସରରେ କବି ନଟବର ରାଉଳଙ୍କ କବିତାସଙ୍କଳନ ‘ଅକାଟ୍ୟ ଅଭିଶାପ’ ପୁସ୍ତିକା ଶୁକ୍ରବାର ପାଠକାର୍ପିତ ହୋଇଯାଇଛି। ସାହିତ୍ୟିକ ହରମୋହନ କୁଅଁରଙ୍କ ସଭାପତିତ୍ୱରେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ସୁଧାକର ନନ୍ଦ ମୁଖ୍ୟଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ପୁସ୍ତକ ସମୀକ୍ଷକ ଡଃ କ୍ଷୀରୋଦ କୁମାର ସାମଲ, ପ୍ରାଧ୍ୟାପକ ଡ. ଅବନୀ ପ୍ରଧାନ, ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ପ୍ରାଧ୍ୟାପିକା ବାସନ୍ତି ରାଉତ, ସାହିତ୍ୟିକ ଗୀତାକୁମାରୀ ପରିଡା, କବୟତ୍ରୀ ଗୀତାରାଣୀ ଆଇଚ, କବି କରୁଣାକର ବେହୁରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନଟବର ରାଉଳଙ୍କ ସାହିତ୍ୟ ରଚନା ନିଷ୍ଠା ଓ ପ୍ରବୃତ୍ତି ସମ୍ପର୍କରେ ଆଲୋଚନା କରିବା ସହ ଶ୍ରୀ ରାଉଳଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ଦିବଙ୍ଗତ କବି ହୁସେନରବି ଗାନ୍ଧୀ ଓ ଦିବ୍ୟସିଂହ ଅଧିକାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଶ୍ରୀ ରାଉଳ ଗତ ୧୧ ବର୍ଷରେ ୧୧ ଟି ପୁସ୍ତକ ଚରନା ଅଭିଜ୍ଞତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଆଗାମୀ ଦିନରେ ଲେଖନୀ ଚାଳନା ଅବ୍ୟାହତ ରହିବ ବୋଲି ପ୍ରକାଶ କରିଥିଲେ। କବି ବିଶ୍ୱମ୍ଭର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସଞ୍ଜୟ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସରୋଜ ରାଉଳ, ସୁକାନ୍ତ ରାଉଳ, ଉମାକାନ୍ତ ପାତ୍ର, ନିରଞ୍ଜନ ପ୍ରଧାନ, ଜୟନ୍ତ ଶେଣ୍ଢ, ଶାୀଭୂଷଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.