Home ଅପରାଧ ବାରହା ଶିକାର ନିମନ୍ତେ ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ, ୧ମୃତ ୨ଗୁରୁତର

ବାରହା ଶିକାର ନିମନ୍ତେ ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ, ୧ମୃତ ୨ଗୁରୁତର

298

ମୟୁରଭଞ୍ଜ,ତା ୧୯ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ବାରହା ଶିକାର ନିଶା ନେଲା ଜୀବନ । ବାରହା ଶିକାର ପାଇଁ ଲୁଚି ବାଣ ପ୍ରସ୍ତୁତ କରୁଥିବା ବେଳେ ଅଚାନକ ହୋଇଥିଲା ବିସ୍ଫୋରଣ, ଘଟଣାସ୍ଥଳରେ ୩ଜଣ ପ୍ରସ୍ତୁତକାରୀ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନା ଆଣିବା ବାଟରେ ଜଣକର ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜଟିଆଶୋଳ ଗ୍ରାମରେ ଘଟିଛି । ସେଠାକାର କିଛି ଲୋକ ବାରହା ଶୀକାର ପାଇଁ ନିଜ ଘରେ ବାଣ ପ୍ରସ୍ତୁତ କରୁଥିବା ବେଳେ ଘଟିଛି ଏହି ଅଘଟଣ । ମିଳିଥିବା ଖବର ଅନୁଯାୟୀ ବିସ୍ଫୋରଣରେ ଆହତ ଭକ ସରେନ ବାରହା ଶିକାର କରିବା ପାଇଁ ଜଗର ମୁର୍ମୁ ଓ ଦାସ ଟୁଡୁ ନିଜ ଘରବାଡ଼ିରେ ହାତ ତିଆରି ବାଣରେ ବାରୁଦ ଭର୍ତ୍ତି କରୁଥିବା ସମୟରେ ଏହି ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ୩ଜଣ ଗୁରୁତର ଆହତ ହୋଇଥିଲେ । ବହୁ ଜୋରରେ ଶବ୍ଦ ହେବା ଶୁଣି ଗ୍ରାମବାସୀ ଦୌଡି ଆସି ଦେଖିବା ପରେ ସେମାନଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ନେଇଯାଉଥିବା ସମୟରେ ମୁର୍ଗବାଡି ଠାରେ ଦାସ ଟୁଡୁର ମୃତ୍ୟୁ ଘଟିଛି । ଏଥିସହ ଜଗର ମୁର୍ମୁକୁ ପରିବାର ଲୋକ ଡାକ୍ତରଖାନାରେ ଭର୍ତି କରାଇଛନ୍ତି । ବାଣ ଫୁଟିବା ଘଟଣାକୁ ଲୁଚାଇବାକୁ ଯାଇ ମୃତବ୍ୟକ୍ତିଙ୍କୁ ଡାକ୍ତରଖାନାରୁ ଫେରାଇ ଆଣିଥିଲେ । ହେଲେ ବିଶେଷ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ଜଟିଆଶୋଳ ଗ୍ରାମରେ ପହଞ୍ଚି ମୃତ ବ୍ୟକ୍ତି ଦାସ ଟୁଡୁର ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବାରିପଦା ପଠାଇ ଥିବା ସହ ଘଟଣାସ୍ଥଳରୁ ବାଣ ତିଆରି ସାମଗ୍ରୀ ଜବତ କରିଛି । ଅନ୍ୟପଟେ ଘରେ ଲୁଚି ରହିଥିବା ଭକ ସରେନର ଦୁଇ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ଦେଖି ଆଇଆଇସି ତାକୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସିତ ପାଇଁ ପଠାଇଛନ୍ତି । ଘଟଣାର ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.