Home ଓଡ଼ିଶା ଟ୍ରେନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଟ୍ରେନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

480

ରାଉରକେଲା,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ଚଳନ୍ତା ଟ୍ରେନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏହି ଘଟଣା ରାଜ୍ୟରାଣୀ ଏକ୍ସପ୍ରେସ ଭିତରେ ଘଟିଛି ।  ତେବେ ମିଳିଥିବା ସୂଚନା ଅନୁସାରେ,  ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସରେ ଜଣେ ମହିଳା ଭୁବନେଶ୍ଵର ଆସୁଥିଲେ । ତେବେ ତାଙ୍କ ପାଖରେ ବସିଥିବା ଜଣେ ଯୁବକ ତାଙ୍କୁ ଅସଦାଚରଣ କରିଥିଲେ ।   ଗତକାଲି ମହିଳା ଜଣଙ୍କ ରାଜ୍ୟରାଣୀ ଏକ୍ସପ୍ରେସର ଜେନେରାଲ ବଗିରେ ଭୁବନେଶ୍ବରରୁ ରାଉରକେଲା ଆସୁଥିଲେ । କିଛି ସମୟ ପରେ ମହିଳାଙ୍କ ଆଖି ଲାଗିଯାଇଥିଲା । ତେବେ ସେ ଶୋଇଥିବା ଅବସ୍ଥାରେ ନିକଟରେ ବସିଥିବା ଯୁବକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ।  ଫଳରେ ରାଉରକେଲା ଜିଆରପି ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.