Home ଓଡ଼ିଶା ବାମଡା ପାଣି ପମ୍ପ ହାଉସ୍ ରେ ଚାଲିଛି ଗାଡି ଗ୍ୟାରେଜ

ବାମଡା ପାଣି ପମ୍ପ ହାଉସ୍ ରେ ଚାଲିଛି ଗାଡି ଗ୍ୟାରେଜ

28

ନୟାଗଡ/୨୫/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପ୍ରବଳ  ଗ୍ରୀଷ୍ମ ପ୍ରବାହ ଯୋଗୁଁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ରେ ପାନୀୟ ଜଳ ର ସମସ୍ୟା ଦେଖାଦେଇଛି । ଲତାର ପାନୀୟ ଜଳ ପ୍ରକଳ୍ପ ଟି ୮ ବର୍ଷ ହେଲା ନିର୍ମାଣ ଚାଲିଛି । ବାମଡା ଠାରେ ଏକ ପମ୍ପ ହାଉସ୍ ଅଛି  ଯାହାକି ସମୁଦ୍ର କୁ ଶଙ୍ଖେ ଭଳି ପାଣି ଯୋଗାଉଛି । କିନ୍ତୁ ଏହି ପମ୍ପ ହାଉସ୍ ଟି ଜବର ଦଖଲକାରୀ ଙ୍କ କବଳ ରେ ରହିଛି । ସେଠାରେ ପମ୍ପ ହାଉସ୍ କୁ ଜବର ଦଖଲ କରି ଗାଡି ମଟର ଗ୍ୟାରେଜ ଚାଲିଛି । ପମ୍ପ ହାଉସ୍ ର ବିଦ୍ୟୁତ୍ ସଂଯୋଗ ରୁ ଓଲଡିଙ୍ଗ ମେସିନ ଆଦି ଚାଲିବା ଯୋଗୁଁ ବିଦ୍ୟୁତ ଶୁଳ୍କ ବଢିବାରେ ଲାଗିଛି । ଯାହାକି ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେଲାଣି । ପମ୍ପ ହାଉସ୍ ଜବର ଦଖଲ ହୋଇ ଗ୍ୟାରେଜ ଚାଲିବା ସର୍ମ୍ପକେ ରଣପୁର ଜଳ ଯୋଗାଣ ଯନ୍ତ୍ରୀ ପ୍ରକାଶ ମହାନ୍ତି ଙ୍କ ସହ ଯୋଗେଯାଗ କରିବାରେ କୁହନ୍ତି ପମ୍ପ ହାଉସ୍ ଗୁଡିକ ଗ୍ରାମ ପଞ୍ଚାୟତ କୁ ହସ୍ତାନ୍ତର କରିବା ପରେ ତାହା ପଞ୍ଚାୟତ ର ଦାଇତ୍ୱ ।

ଏ ସର୍ମ୍ପକେ ନୟାଗଡ ଜଳ ଯୋଗାଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାଜିବ ପାଣିଗ୍ରାହୀ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପମ୍ପ ହାଉସ୍ ଜବର ଦଖଲ କରି ଗ୍ୟାରେଜ ଚାଲିବା ଆମ୍ଭ ପାଖରେ ଖବର ନଥିଲା । ଆପଣଙ୍କଠୁ ଶୁଣିଲୁ । ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ପମ୍ପ ହାଉସ୍ ରୁ ଗ୍ୟାରେଜ କୁ ହଟାଯିବ । ଏ ସମ୍ପକେ ସରପଞ୍ଚ ସୁକାନ୍ତ ସାମନ୍ତରାୟ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ରଣପୁର ଜଳ ଯୋଗାଣ ଯନ୍ତ୍ରୀ ଆସି ପମ୍ପ ହାଉସ୍ ନିକଟକୁ ଯାଇ ପମ୍ପ ହାଉସ୍ ରୁ ଉଚ୍ଛେଦ ପାଇଁ ନୋଟିସ ପ୍ରଦାନ କରାଯାଇଛି । ଗ୍ୟାରେଜ ନଉଠାଇଲେ  ଥାନାରେ ମାମଲା ରୁଜୁ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.