Home ଓଡ଼ିଶା ପ୍ରଶାସନିକ ଅବହେଳା ରୁ ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ବିକାଶ ରେ ଝୁଲୁଛି ତାଲା

ପ୍ରଶାସନିକ ଅବହେଳା ରୁ ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ବିକାଶ ରେ ଝୁଲୁଛି ତାଲା

73

ନୟାଗଡ/୨୫/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ବିକାଶ ର ଚିତ୍ର ଦେଖିବାକୁ ମିଳୁଥିବା ବେଳେ କେତେକ ଗ୍ରାମ ପଞ୍ଚାୟତ ରେ ପ୍ରଶାସନିକ ଅବହେଳା ଯୋଗୁଁ ବିକାଶ ରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ସେଭଳି ଏକ ଗ୍ରାମ ପଞ୍ଚାୟତ ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ । ୧୯୬୭ ମସିହା ରେ ଏହି ପଞ୍ଚାୟତ ଗଠନ କରାଯାଇଥିଲା । ଏହି ପଞ୍ଚାୟତ ଟି ପ୍ରଶାସନିକ ଅବହେଳା ଯୋଗୁଁ ବିକାଶ ହୋଇପାରୁ ନାହିଁ ବୋଲି ବର୍ତ୍ତମାନର ସରପଞ୍ଚ ନିରୂପମା ବିଶ୍ୱାଳ ଅଭିଯୋଗ କରିଛନ୍ତି । ପ୍ରଶାସନିକ ଅବହେଳାର ଶୀକାର ସର୍ମ୍ପକେ ରଣପୁର ବିଡିଓ ଙ୍କ ଠାରୁ ଆରମ୍ଭ କରି ନୟାଗଡ ପ୍ରକଳ୍ପ ନିର୍ଦେଶକ ଙ୍କ ପର୍ଯ୍ୟନ୍ତ ସାକ୍ଷାତ କରି ଅବଗତ କରାଇଛନ୍ତି ।

ଅଭିଯୋଗ ଅନୁଯାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କେଶରୀ ଭଞ୍ଜ ନିୟମିତ ଗ୍ରାମପଞ୍ଚାୟତ କୁ ଆସୁନାହାଁନ୍ତି । ପଞ୍ଚାୟତ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବିନୋଦ କୁମାର ସେଠୀ ଙ୍କର ବଦଳି ହୋଇଯାଇଥିବା ବେଳେ ନୂଆ କନିଷ୍ଠ ଯନ୍ତ୍ରୀ ଚିତ ରଞ୍ଜନ ମିଶ୍ର କାର୍ଯ୍ୟରେ ଯୋଗ ଦେଇଥିଲେ ମଧ୍ୟ ପୁର୍ବତନ କନିଷ୍ଠ ଯନ୍ତ୍ରୀ ଦାଇତ୍ୱ ହସ୍ତାନ୍ତର କରୁ ନାହାଁନ୍ତି । ଗ୍ରାମ ରୋଜଗାର ସେବକ ଦୁଇଟି ପଞ୍ଚାୟତ ଦାଇତ୍ୱରେ ରହିବାରୁ ନିୟମିତ ଆସୁନାହାଁନ୍ତି । ଯାହାଫଳରେ ପଞ୍ଚାୟତ କୁ ଗଲେ କେବଳ ପିଅନ କୁ ଦଖେିବାକୁ ମିଳେ । ସରପଞ୍ଚ ପଞ୍ଚାୟତ କୁ ଯାଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ଯୋଗୁଁ ପଞ୍ଚାୟତ ବିକାଶ ରେ ତାଲା ଝୁଲୁଛି ବୋଲି ସରପଞ୍ଚ ନିରୂପମା ବିଶ୍ୱାଳ କହିଛନ୍ତି । ଏ ସର୍ମ୍ପକେ ରଣପୁର ବିଡିଓ ପଞ୍ଚାନନ ପଟ୍ଟାୟତ ଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.