Home ଜଗତସିଂହପୁର ବାବୁଲା ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ସାଇ ଇଲେଭେନ୍‌(ଭୁବନେଶ୍ୱର) ଚମ୍ପିଆନ

ବାବୁଲା ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ସାଇ ଇଲେଭେନ୍‌(ଭୁବନେଶ୍ୱର) ଚମ୍ପିଆନ

113

ତିର୍ତ୍ତୋଲ୨୩/୨(ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପାଳନ୍ଦା ଖେଳପଡ଼ିଆ ଠାରେ ପ୍ରତିବର୍ଷଭଳି ଚଳିତ ବର୍ଷ ମା କନକ ସୁନ୍ଦରୀ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କରାଯାଉଥିବା ବାବୁଲା ସ୍ମାରକୀ କ୍ରିକେଟ୍ ଟର୍ଣ୍ଣାମେଣ୍ଟ୍ ଆଜି ଉଦଯାପନ ହୋଇଯାଇଛି। ଏହି ଦଯାପନି ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ବିଜେଡ଼ିର ଜିଲ୍ଲା ସମ୍ପାଦକ ଇଂ ପ୍ରମୋଦ କିଶୋର ଜେନା, ନିଳାଦ୍ରୀ ମହାନ୍ତି, ପୂର୍ବତନ ୱାଡ଼ ସଭ୍ୟ ଝୁଲରାମ ସାହୁ, ସମାଜସେବୀ ଦିପକ ସାହୁ(ବାପୁ), ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତ ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, କୋଲର ସମିତିସଭ୍ୟ ରଞ୍ଜିତ ପାଲ, ଦେବାଶିଷ ଦାସ(ଟୁଲୁ), ତନ୍ମୟ ପ୍ରଧାନ, ଅଜୟ ଓଝା, ପ୍ରମୋଦ କୁମାର ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ।

ଆଜିର ଫାଇନାଲ ମ୍ୟାଚଟି ଭୁବନେଶ୍ୱର ସାଇ ଇଲେଭେନ ଓ ପାରାଦ୍ୱିପର ବ୍ଲୁ ଷ୍ଟାର କିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ସାଇ ଇଲେଭେନ ଟସ୍ ଜିତି ପ୍ରଥମେ ବ୍ୟାଟିଂଗ ପାଇଁ ନିଷ୍ପତି ନେଇ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା। ଜବାବରେ ପାରାଦ୍ୱିପ ବ୍ଲ ଷ୍ଟାର ୨୦ ଓଭର ୮ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିପାରିଥିଲା। ଭୁବନେଶ୍ୱର ସାଇ ଇଲେଭେନ ୫୦ ରନ୍‌ରେ ବିଜୟ ଲାଭକରି ଚମ୍ପିଆନ ହୋଇଥିଲା। ବିଜେତା ଦଳର ପବିତ୍ର ବିଶୋଇ ମ୍ୟାନ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ। ଅତିଥିମାନେ ରନର୍ସଅଫ ଓ ଚମ୍ପିଆନ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ। ଏହି ଖେଳରେ ଭାଷ୍ୟକରଭାବେ ସୋମ୍ୟ ରଞ୍ଜନ ସ୍ୱାଇଁ, ହିନ୍ଦି କମେଣ୍ଟଟର ଲଗନ ମହାନ୍ତି ଓ ଅନର ଅସଦ ଟିଭିଏସର ପ୍ରୋପ୍ରାଇଟର ମିର୍ ସଲମନ ଜଲାଲି ଯୋଗଦେଇ ଖେଳର ସମସ୍ତ ବିବରଣୀ ପ୍ରଦାନ କରିଥିଲେ। ଆଜିର ଏହି ଖେଳକୁ ବାବୁ ସିଂହ, ହାଡ଼ିବନ୍ଦୁ ମଲ୍ଲିକ ଓ ଦେବାଶିଷ ଦାସ ପରିଚାଳନା କରିଥିବାବେଳେ ସୁବାଶିଷ ଦାସ, ସଞ୍ଜୟ କୁମାର ସାହୁ, ସରୋଜ ମଲ୍ଲିକ, ବିପ୍ଳବ ସ୍ୱାଇଁ, ସାଗର ସ୍ୱାଇଁ, ସୁନିଲ୍ ସ୍ୱାଇଁ, କାର୍ତ୍ତିକ ଗୋଛାୟତ, ସୁବାଶିଷ ସାହୁ, ଆଶିଷ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.