Home ଓଡ଼ିଶା ବାବା ନିଳକଣ୍ଠେଶ୍ୱର ବାହାରିବା ନେଇ ଭକ୍ତ ଓ ଭକ୍ତା ଙ୍କ ମନରେ ଆନନ୍ଦ ଉଲ୍ଲାସ

ବାବା ନିଳକଣ୍ଠେଶ୍ୱର ବାହାରିବା ନେଇ ଭକ୍ତ ଓ ଭକ୍ତା ଙ୍କ ମନରେ ଆନନ୍ଦ ଉଲ୍ଲାସ

55

ନୟାଗଡ/୩୦/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ରାଜ ରାଜୁଡା ଅମଳ ରୁ ଏକ ଶୈବକ୍ଷେତ୍ର ଭାବରେ ପରିଚିତ । ଶତାଧିକ ଶିବ ମନ୍ଦିର ଥିବା ବେଳେ ୨୭ ଗୋଟି ଦଣ୍ଡ ଠାକୁର ଙ୍କ କୋଠୀ ରହି ଆସିଅଛି । ପ୍ରତିବର୍ଷ ପଣା ସଂକ୍ରାନ୍ତି ପୂର୍ବରୁ କୋଠୀ ମାନଙ୍କରେ ଦଣ୍ଡ ଠାକୁରଙ୍କ ପାଣିତୋଳା ନିତୀ କରାଯାଇ ଯାତ୍ରା କରାଯାଇଥାଏ । ୨୭ କୋଠୀ ମଧ୍ୟରେ ସର୍ବ ପ୍ରଥମ କୋଠୀ ହେଉଛି ସାରଙ୍ଗଧରପୁର ଶାସନ ରେ ଥିବା ବାବା ନିଳକଣ୍ଠେଶ୍ୱର କୋଠୀ ।

ଗତବର୍ଷ କୋଭିଡ୍ କଟକଣା ଯୋଗୁଁ କୋଠୀ ମାନଙ୍କରେ ଲୁଚା ଚୋରା ରେ ନିତୀ ହୋଇଥିଲେ ମଧ୍ୟ ଦାଣ୍ଡ ଠାକୁର ବାହାର କୁ ବାହରି ନଥିଲେ । କିନ୍ତୁ ଚଳିତ ବର୍ଷ କୋଭିଡ୍ କଟକଣା କୁ ମାନି ସାମାଜିକ ଦୁରତ୍ୱ ବଜାୟ ରଖି ସିମିତ ସଂଖ୍ୟକ ଭକ୍ତା ଙ୍କୁ ନେଇ ସାରଙ୍ଗଧରପୁର ବାବା ନିଳକଣ୍ଠେଶ୍ୱର କୋଠୀ ରେ ୧୭ ଦିନିଆ ଦଣ୍ଡ ଠାକୁର ଙ୍କ ପାଣିତୋଳା ଯାତ୍ରା ଆରମ୍ଭ ହୋଇଯାଇଅଛି । ବାବା ନିଳକଣ୍ଠେଶ୍ୱର ଙ୍କ ଦଣ୍ଡ ପାଟ ବେତ ପରିଭ୍ରମଣ କରିବା ଯୋଗୁଁ ଭକ୍ତ ଓ ଭକ୍ତା ଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖା ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.