Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ

25

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ଅଂଶ, ଆଦାନୀ ‘ାଉଣ୍ଡେସନ୍ ପକ୍ଷରୁ ଜିଲଳ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ବାଲିମୁଣ୍ଡା ଗ୍ରାମପଂଚାୟତର ମାର୍କେଟ ପଡିଆ ପରିସରରେ ଏକ ମଲ୍ଟି ସ୍ପେଶାଲିଟି ସ୍ୱାସ୍ଥ୍ୟଶିବିର ଆୟୋଜିତ ହୋଇଯାଇଛି । ବାଲିମୁଣ୍ଡା ଗ୍ରାମପଂଚାୟତର ସହଯୋଗ ଓ ସମନ୍ୱୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୮୫୩ ଜଣ ରୋଗୀ ଚିକିତ୍ସିତ ହେବାସହ ସେମାନଙ୍କୁ ନିଶୁଳ୍କ ଔଷଧ ପ୍ରଦାନ କରାଯାଇଥିଲା । ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ ପୃଷ୍ଟି, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଏମ୍‌ଜେ ପ୍ରକାଶ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟକାନ୍ତ କର, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ରଞ୍ଜନ ନନ୍ଦ, ଚର୍ମରୋଗ ବିଶେଷଜ୍ଞ ଡାକ୍ତର ରାଜକିଶୋର ସିଙ୍କୁ, ଭେଷଜ ବିଶେଷଜ୍ଞ ଡାକ୍ତର ଅଙ୍କିତା ବେହେରା ଶିବିରରେ ରୋଗୀଙ୍କୁ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଇଥିଲେ । ବାଲିମୁଣ୍ଡା ଗ୍ରାମପଂଚାୟତର ସରପଂଚ ଗୋପାଳ ସେଠୀ, ବରିଷ୍ଠ ନାଗରିକ ତଥା ବୁଦ୍ଧିଜୀବୀ ଗିରିଶ ଶଙ୍କର ନାୟକ, ତପନ ଭୂୟାଁ, ହୃଷିକେଶ ଜେନା, ପ୍ରମୋଦ ଦାସ, ଭବେଶ ଗିରି, ସଚିଦାନନ୍ଦ ପଲ୍‌, ଦିବାକର ନାୟକ, ବାଇଧର ସର, ଝାଂଟୁସର, ଚିତରଂଜନ ପ୍ରଧାନ, ସୁକୁମାର ମାଇତି, ସୁଶୀଲ କୁମାର ମାଇତି ଏବଂ ଯୁବ ସ୍ୱେଚ୍ଛାସେବୀମାନେ ଶିବିରକୁ ସଫଳ କରାଇବାରେ ସେମାନଙ୍କ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.