Home ଓଡ଼ିଶା ଚାନ୍ଦପୁର ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଓଡିଶା ପୋଲିସ ର ରତ୍ନ ଭାବରେ ସମ୍ମାନିତ ନିଷ୍ପତି

ଚାନ୍ଦପୁର ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଓଡିଶା ପୋଲିସ ର ରତ୍ନ ଭାବରେ ସମ୍ମାନିତ ନିଷ୍ପତି

79

ନୟାଗଡ/୩୦/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନିଜର ନିଷ୍ଠା , କର୍ତ୍ତବ୍ୟ ପରାୟଣତା , ସଚ୍ଚୋଟତା ଓ କାର୍ଯ୍ୟ ଦକ୍ଷତା ମଣିଷ କୁ ଉନ୍ନତି ପଥରେ ଆଗେଇ ନେଇଥାଏ । ସେହିଭଳି ଜଣେ ସଚ୍ଚୋଟ କର୍ତ୍ତବ୍ୟ ପରାୟଣ ଅଫିସର ହେଉଛନ୍ତି ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ର କାର୍ଯ୍ୟରତ ପୋଲିସ ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ । ଓଡିଶାରେ ମୋ ସରକାର କାର୍ଯ୍ୟ କରିବା ପରଠାରୁ ସରକାରୀ କର୍ମଚାରୀ ମାନଙ୍କର କାର୍ଯ୍ୟଶୈଳୀ ଆକଳନ କରାଯାଇ ରିପୋର୍ଟ ସଂଗ୍ରହ କରାଯାଇଥାଏ । ସେହି ରିପୋର୍ଟ କୁ ଆଧାର କରି ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରେ ଥିବା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଙ୍କୁ ଓଡିଶା ପୋଲିସ ର ରତ୍ନ ଭାବରେ ସମ୍ମାନିତ କରିଥିବା ଜଣାପଡିଛି । ଏ ସର୍ମ୍ପକେ ନୟାଗଡ ପୋଲିସ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଙ୍କ ତରଫରୁ ଶୁଭେଚ୍ଛା ଟୁଇଟ୍ କରି ଜଣାଇଛନ୍ତି ।

ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ୨୦୦୩ ମସିହାରେ ଓଡିଶା ପୋଲିସ ଯୋଗଦାନ କରିଥିଲେ । ଓଡିଶାର ବିଭିନ୍ନ ଜିଲ୍ଲା ମାଲକାନଗିର, କୋରାପୁଟ, ଫୁଲବାଣୀ, ରାୟଗଡା, ନବରଙ୍ଗପୁର ଠାରୁ ନୟାଗଡ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ରେ କାର୍ଯ୍ୟ କରି ଆସିଛନ୍ତି । ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ର କମାଣ୍ଡର , ମାଓବାଦୀ ଙ୍କ ବିରୁଦ୍ଧ କାର୍ଯ୍ୟ ସହ କୋରାପୁଟ , ରାୟଗଡା  ର ବିଭିନ୍ନ ଏନକାଉଣ୍ଟର ରେ ସାମିଲ୍ ରହିଥିବା ଜଣାପଡିଛି । ରଣପୁର ଥାନାରେ କାର୍ଯ୍ୟ କରିଥିବା ସମୟରେ ବେଆଇନ ପଥର ଚାଲାଣ , ମଦ ମାଫିଆ ସହ ଡକାୟତ ଦଣ୍ଡୁଆ , ଜଗା ଓ ଯଶୋଦା ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଥିଲେ । ରାଇପଡା ଡବଲ୍ ମଡର  ମାମଲା ରେ କାହ୍ନୁ ଓ ତାର ଗ୍ୟାଙ୍ଗ କୁ ଧରିବା ସହ ବିଭିନ୍ନ ଅସାମାଜିକ ବ୍ୟକ୍ତି ଙ୍କ ନାମରେ ୪୫୫ ଟି ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ । ସେ ଉତ୍କଳ ଦିବସ ରେ  ଓଡିଶା ପୋଲିସ ର ରତ୍ନ ଭାବରେ ସମ୍ମାନିତ ହେବାକୁ ଥିବା ଖବର ପାଇ ରଣପୁର ଥାନା ଓ ଚାନ୍ଦପୁର ଥାନା ଅଂଚଳ ରେ ବୁଦ୍ଧିଜିବୀ ମାନେ ସରକାର ଙ୍କ ନିଷ୍ପତି କୁ ସାଧୁ ବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.