Home ଜିଲ୍ଲା ପରିକ୍ରମା ବାପୁଜୀ ସରକାରୀ ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ବାପୁଜୀ ସରକାରୀ ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

33

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସମସ୍ତ ବିଦ୍ୟାଳୟରେ ସରକାର ପ୍ରଣୟନ କରିଛନ୍ତି ‘ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ’ । ବିଦ୍ୟାଳୟର ଉନ୍ନତି ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ହୋଇଥିବାବେଳେ, ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ଓ ଅନୁପାତିକ ରିତୀରେ ସରକାର ପ୍ରଦାନ କରୁଥିବା ଅର୍ଥରାଶୀ ଦ୍ୱାରା ଭିତ୍ତିଭୂମୀ ବିକାଶ ପାଇଁ ସୁଯୋଗ ସୃଷ୍ଟି ହୋଇଥାଏ । ଏହି କ୍ରମରେ ଭଦ୍ରକ ବ୍ଲକ ଗେଲପୁର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ’ର ଏକ ବୈଠକ ଆଲୁମିନି କମିଟିର ସଭାପତି ସ୍ନେହାଶିଶ୍ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମୋ ବିଦ୍ୟାଳୟ ବୈଠକରେ ‘ମୋ ବିଦ୍ୟାଳୟ’ କାର୍ଯ୍ୟକ୍ରମ ଦ୍ୱାରା ସରକାରଙ୍କ ଠାରୁ ମିଳିଥିବା ମ୍ୟାଚିଂ ଅନୁଦାନର ସତ୍ ଉପଯୋଗ କରାଯାଇ ଉକ୍ତ ଅର୍ଥରେ କେତେକ ବୈଦ୍ୟୁତିକ ଉପକରଣ କ୍ରୟ କରାଯାଇ ସ୍କୁଲକୁ ପ୍ରଦାନ କରାଯାଇଥିଲା । ଏଥି ମଧ୍ୟରେ ରହିଛି ପିଲାଙ୍କ ପଢ଼ିବା ତଥା ବୌଦ୍ଧିକ ବିକାଶ ପାଇଁ ଉପଯୋଗୀ ଦୁଇଟି ପ୍ରୋଜେକ୍ଟର, କାର୍ଯ୍ୟାଳୟ କମ୍ପ୍ୟୁଟର, ପ୍ରିଣ୍ଟର, ଇନଭରଟର, ଫ୍ୟାନ୍ ଅର୍ନ୍ତଭୁକ୍ତ । ଗୋଟିଏ ପ୍ରୋଜେକ୍ଟର କମ୍ପ୍ୟୁଟର ଲ୍ୟାବରେ ରହିବ ଓ ଅନ୍ୟଟି ଅଷ୍ଟମ ଶ୍ରେଣୀ ଗୃହରେ ସ୍ଥାପନ ହେବ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବ୍ରତ ରାଉତ୍ ଉଦ୍‌ଘାଟନ କରି ସରକାରଙ୍କ ଏହି କାର୍ଯ୍ୟକ୍ରମ ଐତିହାସିକ ଓ ଏହା ଦ୍ୱାରା ବିଦ୍ୟାଳୟମାନଙ୍କର ଭିତ୍ତିଭୂମୀରେ ବ୍ୟାପକ ବିକାଶ ହେଉଥିବା କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ନାୟକ ଉତ୍ସବର ସଂଯୋଜନା କରିଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଆଲୁମିନି କମିଟିର ପ୍ରଦୀପ କୁମାର ନାୟକ, ସଂଜିତ କୁମାର ନାୟକ, ପ୍ରାକ୍ତନ ଛାତ୍ର ତଥା ପରିଚାଳନା କମିଟିର ସଦସ୍ୟ ରାଜେଶ ଦାସଙ୍କ ସହିତ ବହୁ ସଦସ୍ୟ, ସଦସ୍ୟା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.