Home ଜିଲ୍ଲା ପରିକ୍ରମା ରେବତୀ ନାୟକ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦିକା ଭାବେ ମନୋନୀତ

ରେବତୀ ନାୟକ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦିକା ଭାବେ ମନୋନୀତ

66

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ର ପୂର୍ବତନ ଅଧ୍ୟକ୍ଷା, ବର୍ତ୍ତମାନର ୧୫ ନଂ ଜିଲ୍ଲା ପରିଷଦ ସଭ୍ୟା ତଥା ଦଳର ଦୃଢ ସଙ୍ଗଠିକା ରେବତୀ ନାୟକ ଭଦ୍ରକ ଜିଲ୍ଲା ବିଜେଡ଼ି ମହିଳା ସଙ୍ଗଠନର ସାଧାରଣ ସମ୍ପାଦିକା ଭାବେ ମନୋନୀତ ହୋଇଛନ୍ତି । ଶ୍ରୀମତୀ ନାୟକ ୨୦୦୨ରୁ ୨୦୦୭ ଓ ୨୦୧୨ରୁ ୨୦୧୭ ବନ୍ତ ବ୍ଲକର ଅଧ୍ୟକ୍ଷା ପଦବୀରେ ରହିଥିବା ବେଳେ ଏବେ ୧୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଅଛନ୍ତି । ସେ ବ୍ଲକ ଅଧ୍ୟକ୍ଷା ଥିବା ବେଳେ ୨୫ ଗୋଟି ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବ୍ଲକ ମହିଳାଶାଖାର ସଭାନେତ୍ରୀ ପଦବୀରେ ରହି ସାଙ୍ଗଠନିକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ତାଙ୍କୁ ଜିଲ୍ଲା ସ୍ତରରେ ନୂତନ ଦାୟିତ୍ୱ ଦିଆଯାଇଥିବାରୁ ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ମହିଳା ସଭାନେତ୍ରୀ ପ୍ରିୟାଙ୍ଗିନୀ ଛୁରିଆ, ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରି ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ବିଜେଡ଼ି ସମ୍ପାଦକ ଇଂ ପ୍ରୟାସକାନ୍ତି ସାମଲ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.