Home ଜିଲ୍ଲା ପରିକ୍ରମା ଯୌତୁକ ନିର୍ଯ୍ୟାତନା ଦେଇ ନବବଧୂକୁ ମାରିଦେବାର ଅଭିଯୋଗ

ଯୌତୁକ ନିର୍ଯ୍ୟାତନା ଦେଇ ନବବଧୂକୁ ମାରିଦେବାର ଅଭିଯୋଗ

52

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନିଳାଦ୍ରୀ ଗ୍ରାମର କୃପାସିନ୍ଧୁ ବେହେରାଙ୍କ ଝିଅ ରୂପାଲି(୨୩)କୁ ଯୌତୁକ ନିର୍ଯ୍ୟାତନା ଦିଆଯିବା ସହ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ସାରୋ ଗ୍ରାମର କାଳନ୍ଦୀ ସେନାପତିଙ୍କୁ ଆବଶ୍ୟକୀୟ ଯାନିଯୌତୁକ ସହ ବୈଦିକ ରୀତିରେ ରୂପାଲି ଗତ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ ଯୌତୁକ ଦାବି କରି ବୋହୂକୁ ମିଳିତ ଭାବେ ନିର୍ଯ୍ୟାତନା ଦେଉଥିଲେ । ଗତକାଲି ଶାଶୁଘର ଲୋକେ ରୂପାଲିକୁ ମାରିଦେଇ ତା ବେକରେ ଫାଶି ଦେଇଥିବା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ସୂଚନା ପାଇଥିôଲେ । ଏ ସମ୍ପର୍କରେ କୃପାସିନ୍ଧୁ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିରେ ପୁଲିସ ୨୪୩/୨୧ ନଂ ମାମଲା ସ୍ୱାମୀ କାଳନ୍ଦୀ ଓ ପରିବାରର ଅନ୍ୟ ନଅ ଜଣଙ୍କ ନାମରେ ଋଜୁ କରିଛି । ପୁଲିସ ମାଜିଷ୍ଟ୍ରେଟ ତଥା ତହସିଲଦାର ଓ ସାଇଣ୍ଟିଫିକ ଟିମ ସହ ପହଞ୍ôଚ ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.