Home ଜିଲ୍ଲା ପରିକ୍ରମା ବାପା ଓ ମା’ଙ୍କୁ ମାଡ଼ମାରି ପୁଅ ଜେଲ୍‌ଗଲେ

ବାପା ଓ ମା’ଙ୍କୁ ମାଡ଼ମାରି ପୁଅ ଜେଲ୍‌ଗଲେ

68

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର ପଂଚାୟତର ପଳିକିରୀ ଗ୍ରାମର ଜୈନକ ଯୁବକ ତାଙ୍କର ବାପ ମା’କୁ ବିଭିନ୍ନ ସମୟରେ ମାଡ଼ମାରିବା ସହିତ ଉଭୟଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଧାମନଗର ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ପୁଅକୁ ଗିରଫକରି କୋର୍ଟଚାଲାଣ କରିଛି । ଘଟଣାରୁ ପ୍ରକାଶଯେ ପଳିକିରୀ ଗ୍ରାମର ଗୋପବନ୍ଧୁ ଦାସ ଓ ତାଙ୍କର ପତ୍ନୀ ଉମାମଣୀ ଦାସଙ୍କୁ ତାଙ୍କର ପୁତ୍ର ଗଦାଧର ଦାସ ଓ ତାଙ୍କ ବହୁ ବିଭିନ୍ନ ସମୟରେ ମାଡ଼ମାରିବା ସହିତ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ । ଏନେଇ ଗୋପବନ୍ଧୁ ବାରମ୍ବାର ଧାମନଗର ଥାନା ସହିତ ଗାଁରେ ଭଦ୍ରକଲୋକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନପାଇବାରୁ ଭଦ୍ରକ ଏସ୍‌ପି ଅଫିସରେ ଗୋପବନ୍ଧୁ ଓ ତାଙ୍କର ପତ୍ନୀ ଧାରଣାରେ ବସିଥିଲେ । ଏ ସମ୍ପର୍କରେ ଏସ୍‌ପି ଘଟଣା ସମ୍ପର୍କରେ ବୁଝି ଭଦ୍ରକ ଟାଉନ୍ ଥାନାକୁ ଜଣାଇବାପରେ ଟାଉନ୍ ଥାନା ଅଧିକାରୀ ଭଦ୍ରକରୁ ପୁଅ ଗଦାଧରକୁ ଧରି ଧାମନଗର ଥାନାକୁ ଖବରଦେଇଥିଲେ । ଧାମନଗର ପୋଲିସ ଭଦ୍ରକରୁ ଗଦାଧରକୁ ଆଣି ତାଙ୍କ ନାମରେ ୨୮୬/୨୧ରେ ଏକ ମାମଲା ରୁଜୁକରି କୋର୍ଟଚାଲାଣ କରିଛନ୍ତି । ପ୍ରକାଶ ଥାଉକି ଗଦାଧର ଭଦ୍ରକରେ ଏକ ଔଷଧ ଦୋକାନରେ ସେଲ୍ସମେନ ଥିବାବେଳେ ପୋଲିସ ତାକୁ ସେଠାରୁ ଧରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.