Home ଜିଲ୍ଲା ପରିକ୍ରମା ଧାମନଗରରେ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳିତ

ଧାମନଗରରେ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳିତ

22

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ଦୋବଲ, ଗୁଡ଼ିପୋଖରୀ, ପନ୍ଦରବାଟିଆ, ପିତେଇପୁର, ଚୁଡ଼ାକୁଟି ଆଦି ଅଂଚଳରେ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଧାମନଗର ବିଜ୍ଞାପିତ ଅଂଚଳର ଜଗତି କଦମରସୁଲ ଠାରେ ମହମ୍ମଦଙ୍କ ପବିତ୍ର ଜନ୍ମଜୟନ୍ତୀ ନିରାଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ ସାହି ବସ୍ତିର ତାଜିଆ ଓ ଚାଦର ଶୋଭାଯାତ୍ରା ବାହାର କରାଯାଇ ମହାସମାରୋହରେ ପାଳନ କରାଯାଇଥାଏ । ମାତ୍ର ସରକାରଙ୍କର କରୋନା କଟକଣା ଆଇନ୍ ଲାଗୁ ହୋଇଥିବାରୁ ଦୁଇବର୍ଷ ହେବ ମହମ୍ମଦଙ୍କ ଜୟନ୍ତୀ ସେପରି ଜାକଜକମରେ ପାଳନ କରାଯାଉନାହିଁ । କମିଟି ପକ୍ଷରୁ କଦମରସୁଲର ମୁଖ୍ୟ ଫାଟକ ବନ୍ଦ କରାଯାଇ ଭକ୍ତ ମାନେ ବାହାରୁ ଦର୍ଶନ କରିଥିଲେ । ଏହି ଅବସରରେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବିଜେଡ଼ି ସଂଖ୍ୟାଲଘୁସେଲ୍‌ର ନେତା ଏମ୍‌ଡ଼ି ଫକିରୁଦ୍ଦିନ୍‌, ବିଜେଡ଼ି ନଗର ଯୁବସଭାପତି ସେକ୍ ସୟଫୁଦ୍ଦିନ୍‌(ସୁନିଲ), ବିଜେଡ଼ିନେତା ଲମ୍ବୋଦର ଜେନା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, କୃଷ୍ଣଚନ୍ଦ୍ର ଯେନା, ସେକ୍ ବାଟୋ, ସେକ୍ ଜାଫର ଅଲ୍ଳୀ, ସରୋଜ କୁମାର ସେଠୀ, ସେକ୍ ସଲାଉଦ୍ଦିନ୍ ପ୍ରମୁଖଙ୍କ ସମେତ ବିଜେଡ଼ି ନେତା ଓ କର୍ମୀମାନେ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.