Home ଜିଲ୍ଲା ପରିକ୍ରମା କାଳିଆ ଯୋଜନାର ଅର୍ଥ ଚାଷୀ ପାଇବାରୁ ବଞ୍ଚିତ

କାଳିଆ ଯୋଜନାର ଅର୍ଥ ଚାଷୀ ପାଇବାରୁ ବଞ୍ଚିତ

197

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟସରକାର ଚାଷୀଙ୍କର ଉନ୍ନତି ଓ ସେମାନଙ୍କୁ ଅଧିକ ପ୍ରୋତ୍ସାହନ ପାଇଁ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନା ସିଧାସଳଖ ଭାବେ ଚାଷୀଙ୍କ ଏକାଉଣ୍ଟକୁ ଯାଉଥିବାବେଳେ ଅଧିକାଂଶ ସମୟରେ ପୁଣି ସେମାନଙ୍କୁ ଏହି ଯୋଜନାରୁ ବଞ୍ଚିତ କରାଯାଉଛି । ଧାମନଗର ବ୍ଲକ ଖପରପଦା ପଂଚାୟତର ସରପୁର ରାଜସ୍ୱ ଗ୍ରାମର ନାମମାତ୍ର ଚାଷୀ ଅକ୍ଷୟ କୁମାର ପତି ତାଙ୍କ ଏକାଉଣ୍ଟକୁ କାଳିଆ ଯୋଜନାରେ ୧୦/୧୧/୨୦୨୧ରିଖରେ ଆବେଦନ କରିଥିଲେ ଏବଂ ସରକାର ଏହି ଲୋକାଭିମୁଖି ଯୋଜନାରେ ନିଜ ନାମ ଦରଜ କରିଥିଲେ ଏବଂ ରାଜ୍ୟ ସରକାରଙ୍କର କୃଷି ବିଭାଗରୁ କାଳି ଅର୍ଥ ବାବଦରେ ୨୫/୧୧/୨୦୨୧ରିଖ ଏବଂ ୨୭/୧୧/୨୦୨୧ରିଖରେ ଦୁଇଥର କରି ୧୦ହଜାର ଟଙ୍କା ମିଳିଥିବାବେଳେ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୨ହଜାର ଟଙ୍କା ତାଙ୍କ ଏକାଉଣ୍ଟକୁ ଆସିଥିଲା । ପରବର୍ତ୍ତି ସମୟରେ କାଳିଆ ଅର୍ଥରାଶି ସରକାଙ୍କ ପକ୍ଷରୁ ଚାଷୀଙ୍କୁ ଦେବାରେ ସ୍ଥଗିତ ରହିଥିଲା । ପୁଣି ୨୦୨୧ ମସିହାରେ କାଳିଆ ଯୋଜନାର ଅର୍ଥରାଶି ପୈଠ ହେବାକୁ ଆରମ୍ଭ ହୋଇଥିଲା । ମାତ୍ର ଏହି ଚାଷୀ ଅକ୍ଷୟ ପତି ଏକାଉଣ୍ଟକୁ ଆଉ ଅର୍ଥ ଆସିନଥିଲା । ଏନେଇ ଅକ୍ଷୟ ଧାମନଗର କୃଷି ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଯଦି ତୁରନ୍ତ କୃଷି ବିଭାଗ ଅଧିକାରୀ ତାଙ୍କର ଘଟଣାର ସମାଧାନ ନକରନ୍ତି ଆଗାମୀ ଦିନରେ ଅକ୍ଷୟ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବବୋଲି ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.