Home କେନ୍ଦୁଝର ବାତ୍ୟା ୟାସର ପ୍ରଭାବରେ ବାଙ୍ଗୋର ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି

ବାତ୍ୟା ୟାସର ପ୍ରଭାବରେ ବାଙ୍ଗୋର ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି

41

ହାଟଡିହି- ୨୭ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବାତ୍ୟା ୟାସ ଚାଲିଯାଇଛି ହେଲେ ଅନେକ ଲୋକଙ୍କ ଘରଦ୍ୱାର ଉଯାଡି ଦେଇଛି । ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତଟି ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାବେଳେ ଏହି ପଞ୍ଚାୟତର ଜେଉଠ ବାହାଳି, ରୁଗୁଡି ସାହି, କରଡାପାଳ ଆଦି ଗାଁରେ ବ୍ୟାପକ କ୍ଷୟକ୍ଷତି କରିଛି । କରଡାପାଳ ଗ୍ରାମର ଜୟୀରାମ ସାହୁଙ୍କ ଘର ଉପରେ ଏକ ବିରାଟ ଗଛ ଭାଙ୍ଗିପଡିବାର ପଡିବାରୁ ତାଙ୍କ ଆଜବେଷ୍ଟସ ଘର ଭାଙ୍ଗି ଯାଇଛି । ଯେଉଠ ବାହାଳି ଗ୍ରାମର ବୁଦ୍ଧଦେବ ନାୟକଙ୍କ ଚାଳଛପର ଘରଟି ସମ୍ପୁର୍ଣ୍ଣ ମାଟିରେ ମିଶିଯାଇଛି । ବାଙ୍ଗୋର ରୁଗୁଡି ସାହିର କାଠିଆ ଗିରିଙ୍କ ଘରଟିର ଚାଳଛପର ସମ୍ପୁର୍ଣ୍ଣ ଉଡିଯାଇ ଥିବାବେଳେ ଗୟାଧରସାହୁଙ୍କ ଘର ଉପରେ ଏକ ଗଛ ଭାଙ୍ଗିପଡିବାରୁ ଘରଟି ଭାଙ୍ଗି ଯାଇଛି । ଏହି ପଞ୍ଚାୟତଟି ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାବେଳେ ଅନେକ ଲୋକ ଚାଳଘରେ ହିଁ ବସବାସ କରନ୍ତି । ଫଳରେ ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗିରୁଜି ଯାଇଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରାଯାଇ ଲୋକଙ୍କ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ବିଜେଡି ନେତା ବସନ୍ତ ପଢ଼ିଆରୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.