Home କେନ୍ଦୁଝର ବନ୍ୟାଞ୍ଚଳ ବୁଲିଲେ ପ୍ରଶାସନିକ ଅଧିକାରୀ

ବନ୍ୟାଞ୍ଚଳ ବୁଲିଲେ ପ୍ରଶାସନିକ ଅଧିକାରୀ

62

ହାଟଡିହି- ୨୭ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବୈତରଣୀ ନଦୀରେ ବନ୍ୟା ଆସିଥିବାରୁ ଏହାର ପ୍ରଭାବରେ ହାଟଡିହି ଅଞ୍ଚଳର ବହୁ ଅଞ୍ଚଳ ଜଳମଗ୍ନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ସକାଳୁ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ସମ୍ଭାବ୍ୟ ବନ୍ୟା ପ୍ଳାବିତ ଗ୍ରାମ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚରଣ ମାଝୀ, ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ତହସିଲଦାର କିର୍ତ୍ତନ ବିହାରୀ ଓଝା, ବିଡିଓ ବିନିତା ବିଜୟନୀ ଓ ନନ୍ଦିପଦା ଥାନା ଅଧିକାରୀ ମାନେ ଆଇତିପୁର, ରାଘବପୁର, ରତକଣା, ହାବଳେଶ୍ୱର, ଗେଡମା ଆଦି ଗ୍ରାମ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମ୍ପର୍କରେ ସ୍ଥାନୀୟ ଲୋକପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକ।।ରୀ, ଜିଆରଏସ ମାନଙ୍କ ସହିତ ଆଲୋଚନା କରି କିପରି ଲୋକମାନଙ୍କୁ ସ୍ଥାନନ୍ତର କରାଯିବ ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ରାଘବପୁର ଗାଁ ଲୋକମାନେ ନଦୀବନ୍ଧ ସମ୍ପୁର୍ଣ୍ଣ କରିବାନେଇ ସେମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏହାଦ୍ୱାରା ପ୍ରତିବର୍ଷ ସେମାନଙ୍କର ଚାଷଜମି ବାଲିଚର ହୋଇଯିବା ସହ ଅନେକ କ୍ଷତି ସହୁଛନ୍ତି ବୋଲି ଅଭିଯୋଗ କରିବାପରେ ପ୍ରଶାସନିକ ଅଧିକାରୀମାନେ ଏହାର ସ୍ଥାୟୀ ସମାଧାନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.