Home Top News ବାତ୍ୟା ହେବ ଦୁର୍ବଳ : ବର୍ଷିବ ପ୍ରବଳ

ବାତ୍ୟା ହେବ ଦୁର୍ବଳ : ବର୍ଷିବ ପ୍ରବଳ

125

ପୁରୀ ୪-୧୨ (ଓଡ଼ିଆ ପୁଅ) ବାତ୍ୟା “ଜଓ୍ୱାଦ” ପୁରୀରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେଥିପାଇଁ ପୁରୀରେ ହାଇ ଆଲର୍ଟ ଜାରି କରାଯାଇଛି। ପୁରୀ ବେଳା ଭୂମିରେ ରେଡ୍‌ ଫ୍ଲାଗ ଲଗାଯାଇଛି। ପର୍ଯ୍ୟଟକଙ୍କୁ ସମୁଦ୍ର ନିକଟକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ‘ଜୱାଦ୍‌’ ଏବେ ଗୋପାଳପୁରଠୁ ୩୬୦ କି.ମି. ଦୂରରେ ଥିବା ବେଳେ ଏହା ବିଶାଖାପାଟଣା ଠାରୁ ୨୫୦ କି.ମି. ଦୂରରେ ପୁରୀଠୁ ୪୩୦ ଓ ପାରାଦୀପଠୁ ୫୧୦ କି.ମି. ଦୂର ରେ ରହିଛି ‘ଜୱାଦ୍‌’। ଏହା ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୬ କି.ମି. ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ଅଛି ହୋଲି କୁହାଯାଉଛି। ତେବେ ବାତ୍ୟା ପୁରୀ ଛୁଇଁଲା ବେଳକୁ ଏହା ଦୁର୍ବଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇସାରିଥିବ ବୋଲି SRC ପ୍ରଦୀପ ଜେନା ପ୍ରକାଶ କରିଛନ୍ତି। ତେବେ ପବନର ବେଗ ୬୦-୭୦ କିମି ପ୍ରତି ଘଣ୍ଟା ରହିବ ବୋଲି ଜଣାପଡ଼ିଛି। କିନ୍ତୁ ଗଭାର ଅବପାତରେ ପରିଣତ ହେବା ସତ୍ତ୍ୱେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.