Home ଓଡ଼ିଶା ଦେବାଂଶୁ ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଘୋଷିତ

ଦେବାଂଶୁ ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଘୋଷିତ

53

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ବିଜେପିର ଯୁବା ଚେହେରା ଦେବାଂଶୁ ରାଉତ ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବରେ ଘୋଷିତ ହୋଇଛନ୍ତି। ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ, ଡା: ପ୍ରଦୀପ କୁମାର ନାୟକ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ଶରତ ପଢ଼ିଆରୀ ଆଦିଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ ଦେବାଂଶୁ ରାଉତ (ସିପା)ଙ୍କ ନାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବରେ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଥିବା ବିକାଶ ଶ୍ରେଷ୍ଠାଙ୍କ ସହିତ ଏକ ଗଣ୍ଡଗୋଳ ଘଟଣା ଘଟିବାର କିଛିଦିନ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ। ଯେଉଁଦିନ ବିକାଶ ଇସ୍ତଫା ଦେଇଥିଲେ ସେହି ଦିନ ହିଁ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ। ଏହା ପରଠାରୁ ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପଦବୀଟି ଖାଲି ପଡ଼ିଥିଲା। ଶେଷରେ ସେହି ଶୁନ୍ୟସ୍ଥାନ ପୂରଣ କରି ଦେବାଂଶୁ ହେଲେ ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.