Home ଓଡ଼ିଶା “ଜଓ୍ଵାଦ” ବାତ୍ୟାକୁ ନେଇ କୋଣାର୍କ ନୋଳିଆ ସାହିରୁ ଶହେ ଲୋକମାନଙ୍କୁ ସ୍ଥାନାନ୍ତରିତ କଲା ପ୍ରଶାସନ

“ଜଓ୍ଵାଦ” ବାତ୍ୟାକୁ ନେଇ କୋଣାର୍କ ନୋଳିଆ ସାହିରୁ ଶହେ ଲୋକମାନଙ୍କୁ ସ୍ଥାନାନ୍ତରିତ କଲା ପ୍ରଶାସନ

64

କୋଣାର୍କ ୪-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସମ୍ଭାବ୍ୟ ବାତ୍ୟା ‘ଜଓ୍ଵାଦ’ କୁ ନେଇ ଆତଙ୍କିତ ସମୂଦ୍ର କୂଳିଆ ଲୋକେ। ପୂର୍ବରୁ ବହୁ ପାଖରୁ ଅନେକ ବାତ୍ୟାକୁ ଦେଖିଥିବା ଲୋକେ ଏବେ ଜଓ୍ଵାଦକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସମୁଦ୍ର କୁଳିଆ। ପ୍ରଶାସନ ପକ୍ଷରୁ ଡାକବାଜି ଯଂତ୍ର ସାହାର୍ଯ୍ୟରେ ନିରାପଦ ସ୍ଥାନକୁ ଯିବା ଲାଗି ପରାମର୍ଶ ଦିଆଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟା ‘ଜ୍ଵୱାଦ’ କୁ ନେଇ ତତ୍ପର ଦେଖାଇଲାଣି ପ୍ରଶାସନ। କୋଣାର୍କ ନୋଳିଆ ସାହିରୁ ଶହେ ଲୋକ ମାନଙ୍କୁ ସ୍ଥାନାନ୍ତରିତ କଲା ପ୍ରଶାସନ। ଚନ୍ଦ୍ରଭାଗା ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। କୋଣାର୍କ ଏନ ଏଏସି ଓ ଗୋପ ତହସିଲ ପକ୍ଷରୁ ଲୋକ ମାନଙ୍କୁ ସ୍ଥାନାନ୍ତରଣ ଜାରି ରହିଛି। ସମୁଦ୍ରରେ ଜୁଆର ଉଠି ନୋଳିଆ ସାହି ରେ ପଶିବା ଆଶଙ୍କା କରି ଲୋକ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଗୋପ ଅତିରିକ୍ତ ତହସିଲଦାର ଶରତ ପରିଡ଼ା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.