Home ଓଡ଼ିଶା ଧାମରାରେ ବସ୍‌ଷ୍ଟାଣ୍ଡକୁ ନେଇ ବଢୁଛି ବିବାଦ, ୨ଗୋଷ୍ଠୀ ମଧ୍ୟରେ ଛକାପଂଝା, ଧାମରା-ଜାମୁଝାଡି ରାସ୍ତା ଅବରୋଧ, ୨...

ଧାମରାରେ ବସ୍‌ଷ୍ଟାଣ୍ଡକୁ ନେଇ ବଢୁଛି ବିବାଦ, ୨ଗୋଷ୍ଠୀ ମଧ୍ୟରେ ଛକାପଂଝା, ଧାମରା-ଜାମୁଝାଡି ରାସ୍ତା ଅବରୋଧ, ୨ ଥାନାଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାଇବାରେ ନିଜର ଅକ୍ଷମତା ପ୍ରକାଶ କଲେ

62

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମରାରେ ନୂତନ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ବଢୁଛି ବିବାଦ। ଗୋଟିଏ ପକ୍ଷରେ ଚାନ୍ଦବାଲି ତହସିଲଦାର ବସଷ୍ଟାଣ୍ଡ ପାଇଁ ଜମି ଯୋଗାଇ ଦିଆ ହୋଇଛି ବୋଲି ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିବା ବେଳେ ଅନ୍ୟ ପକ୍ଷରେ ଏହି ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ଜମିରେ ଅବାଧରେ ଚାଲିଛି ଅବରୋଧ।ଏହି ଅବରୋଧକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଛକାପଂଝା ଲାଗି ରହିଥିବା ବେଳେ ୨ଥାନାଧିକାରୀ ଏହି ଉତ୍ୟକ୍ତ ଲୋକଙ୍କୁ ବୁଝାଇବାରେ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି।ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ମୌଜାରେ ଖାତା ନଂ୬୦ ଏବଂ ପ୍ଲଟ ନଂ୩୩୪ ଏବଂ ୩୩୬ ରେ ବସଷ୍ଟାଣ୍ଡ ହେବା ପାଇଁ ସ୍ଥିରୀକୃତ ହୋଇଥିଲା। ଏହି ସ୍ଥାନରେ ୬୨ଜଣ ଅବରୋଧକାରୀ ନିଜର ୍‌ସ୍ଥିତି ଜାହିରୀ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଅସ୍ଥାୟୀ ଦୋକାନୀ ଏବଂ ପରିବାର ବର୍ଗଙ୍କୁ ଏହି ସ୍ଥାନରୁ ଉଚ୍ଚେଦ କରାଯାଇଥିଲା। ଏହି ଉଚ୍ଛେଦ ସମୟରେ ସମସ୍ତ ଅବରୋଧକାରୀଙ୍କୁ ଏହି ସ୍ଥାନରୁ ହଟାଇବା ପାଇଁ ଅଂଚଳବାସୀ ଦାବି କରିଥିଲେ। ମାତ୍ର ପ୍ରଶାସନ ସେହି ସମୟରେ ସମସ୍ତ ଅବରୋଧକାରୀଙ୍କୁ ନହଟାଇ କଳିର ମଞ୍ଜି ରୋପଣ କରିଥିଲେ। ଏହି ସ୍ଥାନକୁ କିଛି ସ୍ଥାନୀୟ ଲୋକେ ଦଖଲଦାରଙ୍କ ପାଖରୁ ନିଜ ନାମରେ ବିକ୍ରି କବଲାରୁ କବଲା କରିବା ସହ ନିଜ ନାମରେ ନାମଜାରୀ କରି ନିଜର ଜମି ବୋଲି ଦାବି କରି ଆସୁଥିଲେ। ପ୍ରଶାସନ କିଛି ଅବରୋଧ କାରୀଙ୍କୁ ଏହି ସ୍ଥାନରୁ ହଟାଇବା ପରେ ଦଖଲଦାରୀଙ୍କ ପାଖରୁ କିଣିଥିବା ବ୍ୟକ୍ତି ବିଶେଷ ସେହି ସ୍ଥାନକୁ ପୁନଶ୍ଚ ଅବରୋଧ କରିବା ସହ ଘର ନିର୍ମାଣ କରିବାକୁ ମସୁଧା ଚଳାଇଥିଲେ।

 

ଆଜି ସକାଳ ସମୟରେ ନୂତନ ଖାତାଧାରୀ ନିଜର ସ୍ଥିତାବସ୍ଥା ଦେଖାଇ ଏହି ସ୍ଥାନକୁ ନିଜ ଦଖଲକୁ ନେବାକୁ ଚେଷ୍ଠିତ ଥିବା ବେଳେ ପାଇକସାହିର ସ୍ଥାୟୀ ବାସିନ୍ଦା ଏହି ସ୍ଥ୍ରାନରୁ ସମସ୍ତ ଅବରୋଧକାରୀଙ୍କୁ ହଟାଇବା ଜିଦରେ ଆସି ଧାମରା-ବାସୁଦେବପୁର ରାସ୍ତା ଅବରୋଧ କରି ବସିଥିଲେ। ଖବର ପାଇ ଧାମରା ସାମୁଦ୍ରିକ ଥାନାଧିକାରୀ ତୁସୀଲ ମାଝୀ ଆସି ସଂପୃକ୍ତ ଲୋକ ମାନଙ୍କୁ ବୁଝାଇ ସୁଝାଇ ଏହି ରାସ୍ତା ଅବରୋଧ ହଟାଇବାରେ ସଫଳ ହୋଇଥିଲେ ମଧ୍ୟ ପରେ ପୁନଶ୍ଚ ଏହି ଲୋକେ ଧାମରା- ଜାଗୁଳା ରାସ୍ତାକୁ ଅବରୋଧ କରିଥିଲେ। ପରେ ଧାମରା ଥାନାଧିକାରୀ ଆସି ସମସ୍ତ ଲୋକଙ୍କୁ ବୁଝାଇ ସୁଝାଇ ଏହି ଅବରୋଧକାରୀଙ୍କୁ ହଟାଯିବ ବୋଲି କହିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ପୁଲିସ ପ୍ରଶାସନ ଉପରେ ସେମାନଙ୍କ ଭରଷା ନାହିଁ ବୋଲି କହିବା ସହ ରାସ୍ତା ଅବରୋଧରୁ ହଟି ନଥିଲେ। ଅବରୋଧକାରୀଙ୍କ ମଧ୍ୟରୁ ବିଜୟ ଜେନା, ଅଜୟ ଜେନା, ପୂର୍ଣଚନ୍ଦ୍ର ବେହେରା ଏବଂ ରମେଶ ବେହେରା ଏ ନେଇ ଭଦ୍ରକ ଏସଡିଜେଏମ ସିନୟର କୋର୍ଟରେ ଆଇ ଏ ୨୭୬/୨୨/୧୫ ଜୁଲାଇ ୨୦୨୨ରେଏକ କେସ ଫାଇଲ କରି ଇଞ୍ଜେକସନ ସୁଟ କରିବା ସହ ଅପର ପକ୍ଷରେ ପୂର୍ନେନ୍ଦୁ ଜେନା, ପଦ୍ମନାଭ ବେହେରା ଏବଂ ଚାନ୍ଦବାଲି ତହସିଲଦାରଙ୍କୁ ପକ୍ଷଭୁକ୍ତ କରିଛନ୍ତି। କେଉଁ ପରିସ୍ଥିତିରେ ଏହି ସ୍ଥାନକୁ ନେଇ କୋର୍ଟ ସ୍ଥିତାବସ୍ଥା ଜାହିରୀ କରିଥିବା ସହ ପୁଲିସ ପ୍ରଶାସନ ଏହାକୁ ନେଇ ସଜାଗ ରହିବା ପାଇଁ ନିର୍ଦେଶ ଦେଇଥିବା ବେଳେ ପୁଲିସ ସହାୟତାରେ ସଂପୃକ୍ତ ନୂତନ ଖାତାଧାରୀ ସେହି ସ୍ଥାନକୁ ନିଜ ଦଖଲକୁ ନେଲେ ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଶେଷରେ ୨ ଥାନାଧିକାରୀ ସଂପୃକ୍ତ ଲୋକ ମାନଙ୍କୁ ବୁଝାଇ ସୁଝାଇ ରାସ୍ତା ଅବରୋଧରୁ ହଟାଇବା ସହ ସନ୍ଧ୍ୟା ସମୟରେ ଏ ନେଇ ଥାନାରେ ଆଲୋଚନା କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବେ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.