Home ଓଡ଼ିଶା ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ଶିଳ୍ପ ନିର୍ଦ୍ଦେଶକ

ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ଶିଳ୍ପ ନିର୍ଦ୍ଦେଶକ

50

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ବାତ୍ୟା ଯୋଗୁ ବିଦ୍ୟୁତ୍ ଖୁଣ୍ଟ, ଟ୍ରାନ୍ସଫର୍ମର, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରାସ୍ତାଘାଟ ଆଦିର କ୍ଷୟକ୍ଷତିକୁ ନେଇ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ରାଜ୍ୟ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍ ସମୀକ୍ଷା କରିଛନ୍ତି। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ବାତ୍ୟା ଅଞ୍ଚଳରେ ବିଦ୍ୟୁତ୍ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଯେଉଁ ସବୁ ଅଞ୍ଚଳରେ ପାଇପ୍ ଭାଙ୍ଗିଛି, ପାଣି ଟାଙ୍କି ପ୍ରଭାବିତ ହୋଇଛି, ସେ ସବୁ ସ୍ଥାନରେ ତୁରନ୍ତ ମରାମତି କରାଯିବା ସହିତ ଜେନେରେଟର ଦ୍ୱାରା ପାଣି ଚାଲୁ କରି ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ପିଇବା ପାଣି ପହଞ୍ଚାଇବାକୁ ମଧ୍ୟ କୁହାଯାଇଛି। ଏହି ସମୀକ୍ଷା ବୈଠକରେ ଜଙ୍ଗଲ ଓ ପରିବଶେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ୟାମଭକ୍ତ ମିଶ୍ର, ଗ୍ରୀଡ୍ ମ୍ୟାନେଜିଂ ଡାଇରେକ୍ଟର ତ୍ରିଲୋଚନ ପଣ୍ଡା, ଅତରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ ମହାପାତ୍ର, ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ, ଆସିଷ୍ଟାଣ୍ଟ ଇଂଜିନିୟର ପିଏଚ୍ଡି, ନିର୍ବାହୀ ଯନ୍ତ୍ରୀ ଆରବ୍ଲୁଏସ୍ଏସ୍, ମ୍ୟାନେଜର ଡିଆଇସି, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.