Home Top News ବାତ୍ୟାରେ ୧୨୨ ଗ୍ରାମ ଅଧିକ ପ୍ରଭାବିତ, ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ବାତ୍ୟାରେ ୧୨୨ ଗ୍ରାମ ଅଧିକ ପ୍ରଭାବିତ, ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

97

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ବାତ୍ୟା ୟଶ ଯିବା ପରେ ଏବେ ବୈତରଣୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବାତ୍ୟାର କ୍ଷୟକ୍ଷତି ଅଞ୍ଚଳ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ନୀରିକ୍ଷଣ କରିଥିବା ବେଳେ ଜିଲ୍ଲାପାଳ ଡ.ଜ୍ଞାନ ଦାସ ଆଜି ଧାମରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟା ଯୋଗୁ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୨୪ଟି ପଞ୍ଚାୟତର ମୋଟ ୧୨୨ଟି ଗ୍ରାମ ଅଧିକ ପ୍ରଭାବିତ ହୋଇଛି। ପ୍ରାଥମିକତା ଭାବେ ରାସ୍ତା ଓ ବିଦ୍ୟୁତ ରିଷ୍ଟୋରେସନ ଉପରେ ଅଧିକ ଗୁରୁତ୍ୱ ଦିଆ ଯାଇଛି। ସରକାରଙ୍କ ଘୋଷଣା ଅନୁଯାୟୀ ଏହି ସବୁ ଅଞ୍ଚଳକୁ ମଧ୍ୟ ରିଲିଫ ଯୋଗାଣ କରାଯିବାର ବନ୍ଦୋବସ୍ତ କରାଯାଉଥିବା ନେଇ ଜିଲ୍ଲାପାଳ ଡ.ଦାସ କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ଆକଳନରେ ବାତ୍ୟାରେ ସମସ୍ତ ୭ଟି ଯାକ ବ୍ଳକ ଓ ୪ଟି ଅର୍ବାନ ଏରିଆ ପ୍ରଭାବିତ ହୋଇଛି। ମୋଟ ୭ଲକ୍ଷ ୧୬ହଜାର ୮୪୫ ଲୋକ ପ୍ରଭାବିତ ହୋଇଥିବା ବେଳେ ୧ଲକ୍ଷ ୩୭ ହଜାର ୭୨୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇବିଭିନ୍ନ ଥଇଥାନ କେନ୍ଦ୍ରରେ ଥଇଥାନ କରାଯାଇଛି। ଆଜି ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ୧୫୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ମୋଟ ୧୦ଟି ସବ୍ ଷ୍ଟେସନ, ୯୦ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ୭୨୬ଟି ରାସ୍ତା, ୧୩୬ଟି କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି। ଗୃହ କ୍ଷୟକ୍ଷତିର ଆକଳନ ପାଇଁ ସବୁ ଅଞ୍ଚଳର ଆର୍ଆଇ ମାନଙ୍କୁ ସର୍ବେକ୍ଷଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ପରିମାଣ ମିଳିପାରିବ। ଏହି ବାତ୍ୟାରେ କୌଣସି ଜୀବନ ହାନି କିମ୍ବା ପଶୁ ସମ୍ପଦ ନଷ୍ଟ ହୋଇ ନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ନଦୀର ଆଖୁଆପଦା ଠାରେ ଥିବା ବିପଦ ସଂକେତ ୧୭.୮୩ ମିଟର ଅତିକ୍ରମ କରି ୧୮.୫୬ ମିଟରରେ ଜଳ ପ୍ରବାହିତ ହେଉଛି। ଏହି ଜଳ ପତ୍ତନ ମଧ୍ୟରାତ୍ରି ବେଳକୁ ଆହୁରି ଅଧିକ ବୃଦ୍ଧି ପାଇ ୧୯.୫୦ ହେବା ଅନୁମାନ କରାଯାଉଛି। ଯାହା ଫଳରେ ନଦୀରେ ଥିବା ବିଭିନ୍ନ ମାହାରା ବା ଘାଇ ଦ୍ୱାରା ପାଣି ମାଡିଯାଇ ଚାଷଜମି ପ୍ରଭାବିତ ହେବାର ଆଶଙ୍କା ରହିଛି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଳକର ୧୪ଟି ପଞ୍ଚାୟତର ପାଖାପାଖି ୩୧ଟି ଗାଁ ପ୍ରଭାବିତ ହେବ। ଏହି ସବୁ ଗ୍ରାମର ଯେଉଁ ପରିବାର ସବୁ ତଳିଆ ଅଞ୍ଚଳରେ ଅଛନ୍ତି ସେମାନଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯିବାର ବନ୍ଦୋବସ୍ତ କରାଯାଉଛି। ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ତତ୍ତ୍ୱାବଧାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.