Home Top News ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ଲୁଣା ଜୁଆର ପାଣି – ମୋଟର ଚାଳିତ ପମ୍ପ ଦ୍ୱାରା ଚାଲିଛି...

ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ଲୁଣା ଜୁଆର ପାଣି – ମୋଟର ଚାଳିତ ପମ୍ପ ଦ୍ୱାରା ଚାଲିଛି ନିଷ୍କାସନ

62

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ପୂର୍ଣ୍ଣିମା ତିଥି ଯୋଗୁଁ ବାତ୍ୟା ୟାସ୍ର ପ୍ରଭାବ ବୃଦ୍ଧି ପାଇଥିଲା। ଫଳରେ ଧାମରା ନିକଟରେ ସମୁଦ୍ର ଅଶାନ୍ତ ହୋଇପଡିବାରୁ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡିଯାଇଥିଲା ବିଭିନ୍ନ ଅଂଚଳକୁ। ବିଶେଷକରି ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ପାଣି ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବାରୁ ମନ୍ଦିର ଦକ୍ଷିଣ ଦ୍ୱାର ବାସୁଆ ବଳଦ ନିକଟରେ ଲହଡି ଭାଙ୍ଗୁଥିଲା ଲୁଣା ଜୁଆର ପାଣି। ଏଥିସହ ଗତକାଲି ରାତି ତମାମ୍ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଜଳସର୍ତ୍ତ ପଡିବାରୁ ଗର୍ଭଗୃହରେ ଲୁଣା ଜୁଆର ପାଣି ଏବେବି ଲହଡି ମାରୁଛି। ତେଣୁ ନୀତିକାନ୍ତି ଯେଭଳି ସୂଚାରୁ ରୂପେ ଚାଲିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ମୋଟର ଚାଳିତ ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଇ ନୀତିକାନ୍ତି ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.