Home Top News ବାତ୍ୟା ଗୁଲାବକୁ ନେଇ କିଛି ସମୟପରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ

ବାତ୍ୟା ଗୁଲାବକୁ ନେଇ କିଛି ସମୟପରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ

36

ଭୁବନେଶ୍ୱର ୨୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆସୁଛି ବାତ୍ୟା ଗୁଲାବ। ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲାଣ୍ଡଫଲ ପ୍ରକ୍ରିୟା। ଏହି ପ୍ରକ୍ରିୟା ୨-୩ ଘଣ୍ଟା ଧରି ଚାଲିବ। ଲାଣ୍ଡଫଲ ସମୟରେ ପବନର ବେଗ ୭୫ ରୁ ୮୫ ଓ ସମୟ ସମୟରେ ୯୫ କିଲୋମିଟର ଝଟକା ପବନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗ ଛୁଇଁବାବେଳେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ। ଏହି ଜିଲ୍ଲାରେ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ପବନର ବେଗ ରହିପାରେ ଏବଂ ଝଟକା ପବନର ବେଗ ୯୫ କିମି ହୋଇପାରେ ବୋଲି ଆକଳନ କରାଯାଇଛି।

ବାତ୍ୟା ପ୍ରଭାବରେ ଆକସ୍ମିକ ବନ୍ୟା, ଭୂସ୍ଖଳନ ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନାଗିରିରେ ବି ପବନର ବେଗ ୪୫ରୁ ୫୫ କିଲୋମିଟର ରହିବ। ସମୟେ ସମୟେ ୬୫ ରହିବ ଝଟକା ପବନ।

ତେବେ ଏହାକୁ ନେଇ ଆଜି ସକାଳ ୧୧.୩୦ ରେ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ସାମୁଦ୍ରିକ ଝଡ଼ ପାଇଁ ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନାଯୋଗ୍ୟଯେ, ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କ ଉପରେ ସୁରକ୍ଷା ମିଟ୍ ଆୟୋଜନ କରିବାକୁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଜି ବସିବ ବୈଠକ। ଏ ନେଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ଛତିଶଗଡ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଓଡିଶା, ବିହାର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ କେରଳ ସମେତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଶାହା ଦିନିକିଆ ସୁରକ୍ଷା ସମୀକ୍ଷା ବୈଠକରେ ଯୋଗଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.