Home ଓଡ଼ିଶା ବଢିବ ଓମଫେଡ କ୍ଷୀର ଦର !

ବଢିବ ଓମଫେଡ କ୍ଷୀର ଦର !

138

ଭୁବନେଶ୍ଵର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ବଢି ପାରେ ଓମ୍‌ଫେଡ୍ କ୍ଷୀର ଦର । ଦର ବଢିବା ନେଇ ବିଚାର ବିମର୍ଷ ଚାଲିଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଦର ବୃଦ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ବିଚାର ବିମର୍ଷ କରାଯାଇ ଯାହା ନିଷ୍ପତ୍ତି ନିଆଯିବ । ସମସ୍ତଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ ହେବ ।

ତେବେ ପୂର୍ବରୁ ଘରୋଇ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା କ୍ଷୀର ଦର ବଢାଇସାରିଛନ୍ତି । ତେଣୁ ସରକାର ଓମଫେଡ୍ କ୍ଷୀର ଦର ମଧ୍ୟ ବଢାଇବା ନେଇ ଯୋଜନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.