Home ଜିଲ୍ଲା ପରିକ୍ରମା ବାଣିତିଆ ପଂଚାୟତରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ

ବାଣିତିଆ ପଂଚାୟତରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ

18

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବ୍ଲକ୍ ବାଣିତିଆ ପଂଚାୟତକୁ ସାଂସଦ ମଂଜୁଲତା ମଣ୍ଡାଳ ଓ ବିଧାୟକ ସଂଜୀବ ମଲ୍ଲିକ ଗସ୍ତ କରି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସାଳନ୍ଦୀ ସେତୁ ଓ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନ ସଭାରେ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ପୂର୍ବତନ ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନାଙ୍କ ସମେତ ବାଣିତିଆ ପଞ୍ଚାୟତର ସରପଞ୍ଚ ବିନିତା ବେହେରା ଓ ସମିତିସଭ୍ୟା ପ୍ରତିମା ଯେନା ଉପସ୍ଥିତ ଥିଲେ । ପ୍ରଥମେ ବିଧାୟକ ଓ ସାଂସଦ ବାଣିତିଆ ପଂଚାୟତ ତିଗିରିଆ ଗ୍ରାମରେ ପହଞ୍ôଚ ତିଗିରିଆ ହରିଜନ କମ୍ୟୁନିଷ୍ଟ ସେଣ୍ଟରକୁ ଉଦ୍‌ଘାଟନ କରିଥିଲେ । ପରେ ନାଲଗରାସ୍ଥିତ ଆମ ଗାଁ ଆମ ବିକାଶର ଚମ୍ପାବାଗ ଖେଳପଡିଆ ଓ ନାଲଗରା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ । ଏବଂ ପରେ କୁଡିଆମାଳ ଠାରେ ସାଳନ୍ଦୀ ନଦୀ ଉପରେ ବିଜୁ ସେତୁର ଶିଳାନ୍ୟାସ କରିବା ପରେ ବାଣିତିଆ ପଂଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକ, ମହିଳା ମିଶନ ଶକ୍ତି ଗୃହ ଓ ପଂଚାୟତ ଗୋଷ୍ଠୀ ପରିମଳ କେନ୍ଦ୍ର ଉଦ୍‌ଘାଟନ କରିଥିଲେ । ଏଥିସହ ଜୟରାମପୁର ବିଦ୍ୟାଳୟର ମୁଖ୍ୟ ଫାଯକ ଓ ମୁକ୍ତାପଦୀ ଅଙ୍ଗନୱାଡି କେନ୍ଦ୍ରର ଉଦ୍‌ଘାଟନ କରିଥିଲେ । ଶେଷରେ ବାଣିତିଆ ପଂଚାୟତର ୭ ନଂ ୱାର୍ଡର ଚଇତା ଗଡିଆ ମେଳଣ ପଡିଆ ଠାରେ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପର ଏକ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତରର ଶିଳାନ୍ୟାସ କରିଥିଲେ ବିଧାୟକ ଶ୍ରୀ ମଲ୍ଲିକ ଓ ସାଂସଦ ଶ୍ରୀମତୀ ମଣ୍ଡଳ । ଉକ୍ତ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବାଣିତିଆ ପଂଚାୟତ ସରପଞ୍ଚଙ୍କ ପ୍ରତିନିଧି କୈଳାସ ବେହେରା ଓ ସମିତି ସଭ୍ୟାଙ୍କ ପ୍ରତିନିଧି ଚକ୍ରଧର ଜେନାଙ୍କ ସମେତ ପଂଚାୟତ ସଭାପତି ଲକ୍ଷ୍ମୀଧର ଦାସ, ପୂର୍ବତନ ସରପଞ୍ଚ ଯଦୁନାଥ ଗାହାଣ ଓ କପିଳ ଚନ୍ଦ୍ର ଜେନା, ପୂର୍ବତନ ସମିତି ସଭ୍ୟ ଗୋପାଳ ଜେନାଙ୍କ ସମେତ ପ୍ରହ୍ଲାଦ ମାଝୀ, ଦୟାନିଧି ଜେନା, ସୁଧାକର ଜେନା, ଦାମୋଦର ଗାହାଣ, ନିଶାକର ମହଲା, ନବକିଶୋର ପଣ୍ଡା ସ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ସମେତ ବହୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ରହିବା ସହ ବାଣିତିଆ ପଂଚାୟତବାସୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.