Home କେନ୍ଦୁଝର ବାଙ୍ଗୋର ଖାଦାନ ହାଟରେ ଅଗ୍ନିକାଣ୍ଡ

ବାଙ୍ଗୋର ଖାଦାନ ହାଟରେ ଅଗ୍ନିକାଣ୍ଡ

35

ହାଟଡିହି-୧୧ / ୩, (ଓଡିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତର ଖାଦାନ ହାଟରେ ଥିବା ମୁନା ନାୟକଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ସମ୍ପୁର୍ଣ୍ଣ ଭଷ୍ମୀଭୁତ ହୋଇଯାଇଛି। ଖବରରୁ ଜଣାଯାଇଛି ଯେ ଆଜି ସକାଳେ କୌଣସି କାରଣରୁ ମୁନାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତାଙ୍କର ଦୁଇବଖରା ଘର ସମେତ ଘରେଥିବା ସମସ୍ତ ଧାନ, ଚାଉଳ, ସୁନା, ରୁପା ଓ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ଖବରପାଇ ଆଗରପଡା ଓ ଛେନାପଦିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.