Home କେନ୍ଦୁଝର ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ, ଫାଇନାଲରେ ୟୁନିକ ଏକାଡେମୀ ଭଦ୍ରକ

ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ, ଫାଇନାଲରେ ୟୁନିକ ଏକାଡେମୀ ଭଦ୍ରକ

29

ହାଟଡିହି-୧୧ / ୩ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୁନ୍ଦରାପାଳ ପ୍ରାଣବଲ୍ଲବ ମିନି ଷ୍ଟାଡିୟମ ଠାରେ ପ୍ରଥମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଗଡଚଣ୍ଡୀ ଷ୍ପୋର୍ଟସ ଆସୋସିଏସନ ଅୁନୁକୁଳ୍ୟରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ୟୁନିକ ଏକାଡେମୀ ଭଦ୍ରକ ଏମ.ସି.ସି ଯାଜପୁର ଟାଉନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ଟସଜିତି ଏମସିସି ଯାଜପୁର ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭରରେ ୬ଉଇକେଟରେ ୧୬୦ରନ ସଂଗ୍ରହ କରିଥିଲା। ଦଳପକ୍ଷରୁ ନିଶିକାନ୍ତ ରାଉତ ସର୍ବାôଦକ୩୬ବଲରେ ୫୦ରନ କରିଥିଲେ। ତାର ଜବାବରେ ୟୁନିକ ଏକାଡେମୀ ଭଦ୍ରକ ୧୯ଓଭରରେ ୬ଉଇକେଟ ହରାଇ ୧୬୨ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳପକ୍ଷରୁ ଅନୁପ ପାଲ ସର୍ବାଧିକ ୪୮ରନ ସଂଗ୍ରହ କରିଥିଲେ। ଲଲାଟ କେଶରୀ ନନ୍ଦ ଓ ଶାନ୍ତନୁ କୁମାର ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତି ରଞ୍ଜନ ଜେନା ଚିନ୍ତାମଣୀ ବିଶ୍ୱାଳ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ସୟଦ ହାସିମ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ବିଶିଷ୍ଟ ସମାଜସେବୀ ଅଲେଖ ଚନ୍ଦ୍ର ମଲ୍ଲିକ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅରୁପ ପାଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା। ପ୍ରଦ୍ୟୁମ୍ନ ମଲ୍ଲିକ, ପ୍ରଦ୍ୟୁମ୍ନ ରାଉତ, ଅଲେଖ ପାତ୍ର, ମଧୁସୁଦନ ମଲ୍ଲିକ, ତରଣୀସେନ ମଲ୍ଲିକ, ଜଗବନ୍ଧୁ ବିରୁଆ, ପଦ୍ମଲୋଚନ ରାଉତ, ସତ୍ୟବ୍ରତ ରାଉତ, ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା କାଲି ୟୁ ଏଣ୍ଡ ମି ବାଲେଶ୍ୱର ଓ ୟୁନିକ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.