Home କେନ୍ଦୁଝର ନାଏବ ସରପଞ୍ଚ ନିର୍ବାଚନକୁ ନେଇ ମାଡପିଟ, ଜଣେ ଆହତ, ସରପଞ୍ଚ ଓ ୱାର୍ଡସଭ୍ୟଙ୍କୁ କାର୍ଯ୍ୟାଳୟକୁ ପୁରାଇ...

ନାଏବ ସରପଞ୍ଚ ନିର୍ବାଚନକୁ ନେଇ ମାଡପିଟ, ଜଣେ ଆହତ, ସରପଞ୍ଚ ଓ ୱାର୍ଡସଭ୍ୟଙ୍କୁ କାର୍ଯ୍ୟାଳୟକୁ ପୁରାଇ ଦେଲେନି

60

ହାଟଡିହି-୧୧ / ୩, (ଓଡିଆ ପୁଅ / ବିକାଶ ବିଶ୍ୱାଳ) ନାଏବ ସରପଞ୍ଚ ନିର୍ବାଚନକୁ ନେଇ ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ମାଡପିଟ ଘଟିବା ସହ ସରପଞ୍ଚଙ୍କ ସମେତ କିଛି ୱାର୍ଡସଭ୍ୟଙ୍କୁ କାର୍ଯ୍ୟାଳୟ ଭିତରକୁ ପୁରାଇ ଦେଇ ନାହାନ୍ତି। ମାଡପିଟରେ ଜଣେ ଆହତ ହୋଇଥିବାବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଭିତରକୁ ପୁରାଇ ଦିଆଯାଇ। କୋରମ ଅଭାବରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।

ଖବରରୁ ଜଣାଯାଇଛି ଯେ ହାବଳେଶ୍ୱର ପଞ୍ଚାୟତରେ ନିର୍ବାଚନ ଫଳଫଳକୁ ନେଇ ଦୁଇ ଗୋଷ୍ଠୀ ଭିତରେ ବିବାଦ ଲାଗି ରହିଛି। ୧୬ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ଆଜି ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଥିବାବେଳେ ପ୍ରିଜାଇଡିଂ ଅଫିସର ନିର୍ବାଚନ ପରିଚାଳନା କରିବାକୁ ପସିବାପରେ ଗୋଟିଏ ଗୋଷ୍ଠୀର ଲୋକମାନେ ତାଙ୍କର ୭ଜଣ ୱାର୍ଡସଭ୍ୟାଙ୍କୁ ନେଇ କାର୍ଯ୍ୟାଳୟ ଭିତରେ ପସାଇଦେଇ ଫାଟକ ବନ୍ଦ କରିଦେଇଥିଲେ। ତାଙ୍କର ଶତାଧିକ ସମର୍ଥକ ବାହାରେ ଜଗି ରହିଥିଲେ। କାହାରିକୁ ଭିତରକୁ ପ୍ରବେଶ କରିବାକୁ ସୁଯୋଗ ଦେଇ ନଥିଲେ। ସେମାନଙ୍କର ଯୁକ୍ତି ଯେ ଏହି ୭ଜଣଙ୍କ ମଧ୍ୟରୁ ଜଣେ ନାଏବ ସରପଞ୍ଚ ହେବ। ଏପରିକି ନବ ନିର୍ବାଚିତ ସରପଞ୍ଚ ଓ ଅନ୍ୟ ୯ଜଣ ୱାର୍ଡସଭ୍ୟ ସଭ୍ୟାଙ୍କୁ ବାଟରୁ ଘଉଡାଇ ଦେଇଥିଲେ। ଏହାକୁନେଇ ସେଠାରେ ଦୀର୍ଘସମୟ ପର୍ଯ୍ୟନ୍ତ ଉତ୍ତେଜନା ଓ ଭୟର ବାତାବରଣ ଲାଗି ରହିଥିଲା। ଭିନ୍ନପକ୍ଷର ପ୍ରସ୍ଥାବିତ ନାଏବ ସରପଞ୍ଚ ପାଇଁ ପାର୍ଥୀପତ୍ର ଦାଖଲ କରିବାକୁ ଆସୁଥିବା ୱାର୍ଡସଭ୍ୟା ଡିମିରିଆ ଗ୍ରାମର ଶାନ୍ତିଲତା ବସନ୍ତିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବାବେଳେ ତାଙ୍କ ସ୍ୱାମୀ କୈଳାଶ ବସନ୍ତିଆକୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସେଠାକୁ ଛଡା ଯାଇ ନଥିଲା। ଖବରପାଇ ନନ୍ଦିପଦା ପୁଲିସ ପହଞ୍ଚିଥିଲେ ମଧ୍ୟ ସେ ନୀରବଦ୍ରଷ୍ଟା ସାଜିବାକୁ ବାଧ୍ୟ ହୋଇଥିଲା। ପରେ ଆନନ୍ଦପୁର ଏସଡିପିଓ, ବିଡିଓ ପ୍ରମୁଖ ଘଟଣାସ୍ଥଳକୁ ଯାଇ ପ୍ରିଜାଇଡିଂ ଅଫିସରଙ୍କୁ ଉଦ୍ଧାର କରିଥିଲେ। କୋରମ ଅଭାବରୁ ବୈଠକକୁ ବାତିଲ କରାଯିବା ସହିତ ନାଏବ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.