Home କେନ୍ଦୁଝର ବାଙ୍ଗୋର ଓଏମସି ଖଣିରେ ସୁରକ୍ଷା କର୍ମୀ ଭାବେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି

ବାଙ୍ଗୋର ଓଏମସି ଖଣିରେ ସୁରକ୍ଷା କର୍ମୀ ଭାବେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି

53

ହାଟଡିହି- ୩ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୁର ଓଏମସି ଖଣିରେ ସୁରକ୍ଷାକର୍ମୀ ଭାବେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି । ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କ ଅଭିଯୋଗ ଅନୁଯାଇ ଏବେ ବାଙ୍ଗୁର ଖଣିରେ ଜିଫୋରଏସ ସିକ୍ୟୁରିଟରେ ନୁତନ ନିଯୁକ୍ତି ବାହାରିଥିବା ବିଶେଷ ସୁତ୍ରରୁ ଖବର ପାଇଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କୁ ନିଯୁକ୍ତ ନଦେଇ ବାହାର ଯାଗାରୁ ପିଲାମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶୁଣିବାପରେ ଗତକାଲି ମହେଶ୍ୱର ସାହୁ, ଜ୍ୟୋତି ରଞ୍ଜନ ତରେଇ, ରାଜେନ୍ଦ୍ର କୁମାର ବେହେରା, ଦିଲ୍ଲିପ କୁମାର ଜେନାଙ୍କ ସମେତ ଅନେକ ଯୁବକ ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ବସି ଏହାର ପ୍ରତିବାଦ କରିଥିଲେ । ଏବେ କରୋନା ମହାମାରୀ ସମୟରେ ପିଲାମାନେ କାମଦାମ ପାଉ ନଥିବାବେଳେ ବାଙ୍ଗୋର, ବାଲିବରେଇ, ଧନୁର୍ଜୟପୁର, ପଢ଼ିଆରିପଲ୍ଲୀ, ହଦଗଡ ଆଦି ପଞ୍ଚାୟତର ଅନେକ ବେକାର ଯୁବକ ଯୁବତୀ କର୍ମସଂସ୍ଥାନ ନପାଇ ଘରେବସିଛନ୍ତି । ତେଣୁ ଏହି ପଞ୍ଚାୟତର ବେକାର ଯୁବକ ଯୁବତୀ ମାନଙ୍କୁ ଜିଫୋରଏସ ସିକ୍ୟୁରିଟରେ ନିଯୁକ୍ତି ଦେବାକୁ ସେମାନେ ଦାବି କରିଥିଲେ । ପରେ ଖଣି କର୍ତ୍ତୁପକ୍ଷ ସେମାନଙ୍କୁ ବୁଝାସୁଝା କରିବାପରେ ସେମାନେ ଗେଟ ସମ୍ମୁଖରୁ ହଟିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.