Home କେନ୍ଦୁଝର ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ

ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ

40

ହାଟଡିହି- ୩ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) କୋଭିଡ ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତିଙ୍କ ସଂଯୋଜନାରେ ହେମନ୍ତ ମହାନ୍ତି, ମୁସୁ ମହାନ୍ତି, ମିକୁ ମହାନ୍ତି, ସତ୍ୟମ ମହାନ୍ତି, ପ୍ରତିକ ବ୍ରହ୍ମ, ଅଶୋକ ମହାନ୍ତି, ସେମନାଥ ସାହୁ, ନିଶି ମହାନ୍ତି, ସୌଭାଗ୍ୟ ମହାନ୍ତି, ଶରତ ସାହୁ ପ୍ରମୁଖ ସଦସ୍ୟମାନେ ହାବଳେଶ୍ୱର ଗ୍ରାମରେ ଦୁଇଶହରୁ ଉର୍ଦ୍ଧ ଲୋକଙ୍କୁ ମାସ୍କ, ସାବୁନ ଆଦି ବଣ୍ଟନ କରିଥିଲେ । ବିଶେଷକରି ସାମାଜିକ ଦୁରତା ବଜାୟ ରଖିବା, ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା, ବର୍ତ୍ତମାନ ସମୟରେ ବିବହା, ବ୍ରତ ଓ ଜନଗହଳି ଆଦି ସ୍ଥାନକୁ ନଯିବା ପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.