Home ଓଡ଼ିଶା ବାଙ୍ଗୋରରେ ଶ୍ରମିକ ନେତାଙ୍କ ଘର ଉପରକୁ ଆକ୍ରମଣ ଓ ଗାଡି ଭଙ୍ଗାରୁଜା

ବାଙ୍ଗୋରରେ ଶ୍ରମିକ ନେତାଙ୍କ ଘର ଉପରକୁ ଆକ୍ରମଣ ଓ ଗାଡି ଭଙ୍ଗାରୁଜା

22

ହାଟଡିହି-୨୦। ୬ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ଶ୍ରମିକ ୟୁନିୟନକୁ ନିଜ କବଜାରେ ରଖିବାକୁ ନେଇ ଅଶାନ୍ତ ହେଉଛି ବଉଳା ଖଣି ଅଞ୍ଚଳ। ଦୀଘଦିନ ପରେ ପୁଣି ଆରମ୍ଭ ହୋଇଗଲାଣି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା। ଗତକାଲି ରାତିରେ ଶ୍ରମିକ ୟୁନିୟନର ସମ୍ପାଦକଙ୍କ ଘରଉପରକୁ ହୋଇଛି ଆକ୍ରମଣ। ଘରେ ପସି ତାଙ୍କ ଗାଡିକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଯାହାକୁନେଇ ବଉଳା କ୍ରୋମାଇଟ ମାଇନ୍ସ ୱାର୍କରର୍ସ ୟୁନିୟନର ସମ୍ପାଦକ ରବିନ୍ଦ୍ର କୁମାର ପୃଷ୍ଟି ସୋସୋ ଥାନାରେ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ। ଖବରରୁ ଜଣାଯାଇଛି ଯେ ଏଠାରେ ଥିବା ବଉଳା କ୍ରେମାଇଟ ମାଇନସ ୱାର୍କରର୍ସ ୟୁନିୟନ ନାମରେ ଏକ ଶ୍ରିମକ ସଂଗଠନ କାର୍ଯ୍ୟ କରୁଥିଲା। ଯାହାର ସମ୍ପଦକ ଥିଲେ ବାଙ୍ଗୋର ଗ୍ରାମର ରବିନ୍ଦ୍ର କୁମାର ପୃଷ୍ଟି। ସେ ଗତ କିଛିମାସ ହେବ କେନ୍ଦୁଝରରେ ରହିଆସୁଥିଲେ। ଇତିମଧ୍ୟରେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଅନ୍ୟଏକ ଶ୍ରମିକ ସଂଗଠନ କରାଯାଇ ସ୍ୱୀକୃତି ପାଇଁ ଲାଗିପଡିଛନ୍ତି। ଗତକାଲି ରବିନ୍ଦ୍ର ପୃଷ୍ଟି ଗାଁକୁ ଫେରୁଥିବା ଖବର ପାଇ ୧୦/୧୫ଜଣ ଯୁବକ ବାଙ୍ଗୋର ଗେଟ ଛକ ନିକଟରେ ତାଙ୍କୁ ଗାଁ ଭିତରକୁ ପୁରାଇ ନଦେବାକୁ ଠେଙ୍ଗାବାଡି ଧରି ଜଗି ବସିଥିଲେ। ଏ ଖବର ପାଇବାପରେ ବିଦ୍ୟାଧରପୁର, ଗହଳାଡାହୀ ପ୍ରଭୃତି ଗ୍ରାମରେ ଥିବା ରବିନ୍ଦ୍ରଙ୍କ ସମର୍ଥକ ମାନେ ଏକଯୁଟ ହୋଇ ବିଦ୍ୟାଧରପୁର ଠାରୁ ରବିନ୍ଦ୍ରଙ୍କୁ ସୁରକ୍ଷା ବଳୟ ଭିତରେ ତାଙ୍କ ଗାଁକୁ ନେଇ ଛାଡିଥିଲେ। ରବିନ୍ଦ୍ରଙ୍କ ସମର୍ଥକ ମାନେ ଅଧିକ ସଂଖ୍ୟାରେ ହୋଇଯିବାରୁ ଗେଟ ଛକରେ ବସିଥିବା ଯୁବକମାନେ ଲୁଚି ଯାଇଥିଲେ। ରବିନ୍ଦ୍ର ପୃଷ୍ଟିଙ୍କ ସମର୍ଥକ ମାନେ ଫେରି ଆସିବାପରେ ଭିନ୍ନ ଗୋଷ୍ଠୀର ୧୦/୧୨ଜଣ ଯୁବକ ରାତିରେ ରବିନ୍ଦ୍ରଙ୍କ ଘରେ ପସି ଟେକା ପଥର ମାଡ କରିବା, ତାଙ୍କୁ ଗାଳି ଗୁଲଜ କରିବା ସହିତ ଜୀବନରେ ମାରି;ଦେବାକୁ ଦମକ ଦେବା, ତାଙ୍କ ଗ୍ରୀଲ ଗେଟକୁ ଭାଙ୍ଗିବା ଓ ପାଚେରୀ ଭିତରେ ତବବା ତାଙ୍କରକୁ ଭଙ୍ଗା ରୁଜା କରିଥିଲେ। ଫଳରେ ରବିନ୍ଦ୍ରଙ୍କ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରାତି ଉଜାଗର ହାଇ ବସିରହିôତଲେ। ଆଜି ରବିନ୍ଦ୍ର ପୃଷ୍ଟି ସୋସୋ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବାପରେ ସୋସୋ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଏଠାରେ ଶ୍ରମିକ ସଂଗଠନ ନାମରେ ପୁର୍ବରୁ ଅନେକବାର ଆଇନିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପୁନର୍ବାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବାରୁ ଖଣି ଅଞ୍ଚଳ ପୁଣି ଅଶାନ୍ତ ହୋଇ ଉଠିବାର ଆଶଙ୍କା ପ୍ରକାଶ ପାଇଛି। ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଆଇନିଶୃଙ୍ଖଳା ପରିସ୍ଥିତିକୁ ଭିଆଉଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.