Home କେନ୍ଦୁଝର ଢ଼େଙ୍କା ଅଞ୍ଚଳରୁ ରାତିରେ ହେଉଛି ମୋରମ ଚୋରା ଚୋଲାଣ

ଢ଼େଙ୍କା ଅଞ୍ଚଳରୁ ରାତିରେ ହେଉଛି ମୋରମ ଚୋରା ଚୋଲାଣ

34

ହାଟଡ଼ିହି-୨୯/୩,(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରତିଦିନ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏହି ବ୍ୟକ୍ତି ଜଣକ ନିଜ ହିଟାଚି ମେସିନି ଓ ୪/୫ଟି ଟ୍ରାକ୍ଟର ଯୋଗେ କେନାଲ ବନ୍ଧ ଉପରେ ଗଛିତ ଥିବା ମୋରମକୁ ଚୋରା ଚାଲାଣ କରୁଛନ୍ତି । ଢ଼େଙ୍କା ପଞ୍ଚାୟତର କଣିଆରୀ ଠାରୁ ତେନ୍ତୁଲି ଗଡିଆ, ସଙ୍ଗମର ପହିସାହି, ସଙ୍ଗମ ସ୍କୁଲ ଠାରୁ ଚାପଲ ଜଲଦା, ସଙ୍ଗମ ମହାଦେବପୁର ଆଦି ମନରେଗା ଯୋଜନାରେ ଶହଶହ ଟ୍ରିପ ମୋରମ ପକାଯାଇ କାର୍ଯ୍ୟ କରାଯାଇଛି । ଶାସକ ଦଳର କିଛି କୁଜିନେତାଙ୍କ ବାହୁଛାୟା ତଳେରହି ଏହି ମୋରମ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ହାଟଡିହି ତହସିଲ ଅଞ୍ଚଳରେ ମୋରମ ଖଣି ଗୁଡିକ ବନ୍ଦ ଥିବାବେଳେ ଏହିସବୁ ମୋରମ କେଉଁଠାରୁ ଆସିଲା ତାହା ତଦନ୍ତ କଲେ ଏହି ମୋରମ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇ ପାରନ୍ତା ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.