Home କୋରାପୁଟ ବାଇକ-ମିନିଟ୍ରକ ଧକ୍କା, ୨ମୃତ

ବାଇକ-ମିନିଟ୍ରକ ଧକ୍କା, ୨ମୃତ

585

କୋରାପୁଟ ୨୭-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଦାମନଯୋଡି-କାକିରିଗୁମ୍ମା ରାସ୍ତାର ଝଡିଗୁଡା ଗ୍ରାମ ନିକଟରେ ବୁଧବାର ସକାଳେ ଏକ ମୋଟର ସାଇକଲେ ଏବଂ ମିନିଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କୋରାପୁଟ ବ୍ଲକ୍ ଲିଟିଗୁଡା ପଂଚାୟତ ବାରିଗାଁର ତରୁଣ ଦାମି(୨୦), ପ୍ରସାଦ ଖୋସ୍ଲା(୧୧) ଓ ମହେଶ୍ୱର ଭୋଇ(୨୦) ଓଡି-୧୦ସି ୫୮୯୧ ନମ୍ବର ମୋଟର ସାଇକଲରେ ବାରିଗାଁରୁ ଦାମନଯୋଡି ଆସୁଥିବାବେଳେ ଝଡିଗୁଡା ନିକଟରେ ସମୁଖରୁ ଆସୁଥିବା ଓଡି-୦୨କାୁ ୪୧୭୯ ନମ୍ବର ମିନିଟ୍ରକ୍ ସହ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତିନିଜଣକୁ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେିଥିଲେ। ତେବେ ତରୁଣ ଓ ପ୍ରସାଦକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଗୁରୁତର ମହେଶ୍ୱରକୁ କୋରାପୁଟ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରିଥିଲେ। ଉତ୍ୟକ୍ତ ଗ୍ରାମବାସୀ ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଦେବାକୁ ଦାବି କରି ଦାମନଯୋଡି-କାକିରିଗୁମ୍ମା ରାସ୍ତା ପ୍ରାୟ ୪ଘଂଟା ଅବରୋଦ୍ଧ କରି ରଖିଥିଲେ। କୋରାପୁଟ ତହସିଲଦାର ନେହେରୁ ମାଝି ଏବଂ ଦାମନଯୋଡି ଥାନା ଅଧିକାରୀ ଗୌରଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଦ୍ଧ ହଟିଥିଲେ ମଧ୍ୟ ଗ୍ରାମବାସୀ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଦେଉନଥିବାବେଳେ କ୍ଷତି ପୂରଣ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଆଲୋଚନା ଜାରି ରହିଛି। ମୃତକ ପରିବାରକୁ ୨ଲକ୍ଷ ଲେଖାଏ ଦେବାକୁ ଗ୍ରାମବାସୀ ଦାବି କରୁଥିବାବେଳେ ବୂବନେଶ୍ୱରରେ ରହୁଥିବା ମିନିଟ୍ରକ୍ ମାଲିକ ପହଂଚି ନଥିବାରୁ କୌଣସି ନିଷ୍ପତି ହୋଇ ପାରୁନି ବୋଲି କୋରାପୁଟ ତହସିଲଦାର ଶ୍ରୀ ମାଝି କହିଛନ୍ତି। ରିପୋର୍ଟ ଲେଖା ହେବା ଯାଏ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.