Home କୋରାପୁଟ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି ପାଇଁ ଦୁଇ ଦିବ୍ୟାଙ୍ଗଙ୍କ ଆବେଦନ

ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି ପାଇଁ ଦୁଇ ଦିବ୍ୟାଙ୍ଗଙ୍କ ଆବେଦନ

410

କୋରାପୁଟ ୨୭-୦୩-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରିଥିବାବେଳେ ଅଧିକ ସଂଖ୍ୟକ କର୍ମଚାରୀର ଆବଶ୍ୟକତାକୁ ଦେଖି କେନ୍ଦ୍ର ସରକାର, ବ୍ୟାଙ୍କ ଓ ନାଲକୋ, ହାଲ୍ ଭଳି ପବ୍ଲିକ୍ ଅଣ୍ଡରଟେକିଂ କମ୍ପାନୀ କର୍ମଚାରୀଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟ ପାଇଁ ଚିଠି କରିଛି। ତେବେ ନାଲକୋର ଦୁଇଜଣ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ନିର୍ବାଚନ ଡ୍ୟୁଟି ପଡିଥିବାରୁ ସେମାନେ ଅକ୍ଷମତା ପ୍ରକାଶ କରି ନିର୍ବାଚନ ଦାୟିତ୍ୱରୁ ଅବ୍ୟାହତି ଦେବା ପାଇଁ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି। ନାଲକୋରେ କାର୍ଯ୍ୟରତ ନାରାୟଣ ଗାଦବା ଏକ ଦୁର୍ଘଟଣାରେ ଅଂଟା ଭାଙ୍ଗିବା ପରେ ଏକ ଠେଙ୍ଗା ସହାୟତାରେ ଚଲାବୁଲା କରୁଛନ୍ତି ଓ ନାରାୟଣ ବର୍ତମାନ୍ କୌଣସି ଭାରି କାମ କରିବା ସମ୍ଭବ ନାହିଁ। ନାରାୟଣଙ୍କୁ ୩ୟ ପୁଲିଂ ଅଧିକାରୀ ଭାବେ ନିୟୋଜିତ କରା ଯାଇଛି। ସେହିପରି ନାଲକୋରେ ଚାର୍ଜମେନ୍ ଭାବେ କାର୍ଯ୍ୟରତ ଦୃଷ୍ଟିଶକ୍ତି ବିହୀନ ଧନପତି ଖରାଙ୍କୁ ୪ର୍ଥ ପୁଲିଂ ଅଧିକାରୀ ଭାବେ ନିୟୋଜିତ କରା ଯାଇଛି। ଆଖି ସମସ୍ୟା ଯୋଗୁଁ ସେ ମଧ୍ୟ ନିର୍ବାଚନ ଦାୟିତ୍ୱ ତୁଲାଇବା ସମ୍ଭବ ନୁହଁ ବୋଲି ଧନପତି କହିଛନ୍ତି। ଉଭୟ ନାରାୟଣ ଓ ଧନପତି ନିର୍ବାଚନ ଅଧିକାରାଙ୍କୁ ସାକ୍ଷାତ କରି ସେମାନଙ୍କ ଶାରିରୀକ ସମସ୍ୟା ହେତୁ ଉଭୟଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି ଦେବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.