Home ଓଡ଼ିଶା ବାଇକ ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

ବାଇକ ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

832

କୋରାପୁଟ: ୨/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବାଡେଲ ଗ୍ରାମ ନିକଟରେ ରାଜରାସ୍ତା ଉପରେ ଏକ ଅଜଣା ବ୍ୟକ୍ତିର ମୃତ୍ୟୁ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ପାଡ଼ୁଆଥାନା ଅନ୍ତର୍ଗତ ବାଡେଲ ଗ୍ରାମଦେଇ ଯାଇଥିବା ଜୟପୁର ବିଶାଖାପାଟଣା ରାସ୍ତା ଉପରେ ଏକ ଅଜଣା ବ୍ୟକ୍ତିର ମୃତ୍ୟୁ ଦେହ ସହିତ ବାଇକର କିଛି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ପଡ଼ିଛି। ପ୍ରତ୍ୟେକଦର୍ଶୀଙ୍କ କହିବାନୁଯାୟୀ ରାତ୍ର ପ୍ରାୟ ୧ କିମ୍ବା ୨ ସମୟରେ ବାଇକ ଧକ୍କା ମାରି ଦେବାରୁ ବ୍ୟକ୍ତି ଜଣକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକର ବୟସ ୪୦ ରୁ ୪୫ ଓ ଲୁଙ୍ଗି ବାଇଗଣୀ ରଙ୍ଗର ବାନିୟନ ମାଟିଆ ରଙ୍ଗର, ସାଲ ଗୁଡେ଼ଇ ହୋଇଛି। ଆଜି ସକାଳୁ ଲୋକମାନେ ଯିବା ଆସିବା କରୁଥିବା ସମୟରେ ରାସ୍ତା ଉପରେ ଶବ ପଡିରହିଥିବା ଦେଖି ପାଡୁଆଥାନା ପୋଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ଏଏସଆଇ ଶୁକ୍ରାମାଡ଼ି ପହଁଚି ବାଡେଲ ସରପଞ୍ଚ ଦେବ ଶୀଷାଙ୍କ ଉପସ୍ଥିତରେ ଶବ ଜବତକରି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡିଛି। ମୃତ ବ୍ୟକ୍ତିର ପରିଚୟ ମିଳି ନଥିବା ବେଳେ ପଡ଼ୁଆ ପୋଲିସ ମୃତ୍ୟୁ ବ୍ୟକ୍ତିର ପରିଚୟ ଅନୁସନ୍ଧାନ ଜାରି ରଖିଥିବା ଏଏସଆଇ ଶୁକ୍ରା ମାଢ଼ି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.