Home ଜିଲ୍ଲା ପରିକ୍ରମା ବାଇକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି

ବାଇକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି

82

ବଲାଙ୍ଗୀର ୦୭-୧୦ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଆହତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ବନ୍ଧପଡା ଥାନା ଅଧିନସ୍ଥ ସତୀଘାଟ ଗ୍ରାମର ତେଜରାଜ ବରିହା, ଚିଙ୍ଗାରୁ ପଧାନ ଓ ଜଗନ୍ନାଥ ବରିହା। ତିନି ବାଇକ ଆରୋହି ଅତି ଦ୍ରୁତଗତିରେ ଆସୁଥିବା ବେଳେ ରାସ୍ତାକଡ଼ ର ଏକ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା। ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଖବର ପାଇ ଆହତ ମାନଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଓ ଜଣଙ୍କୁ ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.