Home ଓଡ଼ିଶା ସରକାର ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କୃଷି ସହାୟତା ଯୋଗାଇ ଦେବାକୁ କିଷାନ କଂଗ୍ରେସର ଦାବି

ସରକାର ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କୃଷି ସହାୟତା ଯୋଗାଇ ଦେବାକୁ କିଷାନ କଂଗ୍ରେସର ଦାବି

52

ଭୁବନେଶ୍ୱର ୭/୧୦ (ଓଡ଼ିଆ ପୁଅ) ଚଳିତବର୍ଷ ଖରିଫ ଫସଲରେ ବ୍ୟାପକ କ୍ଷୟ କ୍ଷତି ଘଟିଛି। ବହୁ ଅଞ୍ଚଳରେ ଚାଷ ଜମି ପଡ଼ିଆ ପଡ଼ିଛି। ଚାଷ ଆରମ୍ଭରୁ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ହୋଇଥିବା ମରୁଡ଼ିକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ପ୍ରାୟତଃ ୧୦ଟି ଜିଲ୍ଲାର ମରୁଡ଼ି ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା। ପରବର୍ତ୍ତୀ ସମୟରେ ଖରିଫ୍ ଋତୁର ଶେଷ ଦୁଇମାସ ଆଡ଼କୁ ମାତ୍ରାଧିକ ବର୍ଷା ହେବାଦ୍ୱାରା ବହୁ ଫସଲ ଉଜୁଡ଼ିଗଲା। ସରକାର ଘୋଷଣା କରିଥିଲେ ମରୁଡ଼ିଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦିଆଯିବ। ପରିବର୍ତ୍ତୀ ସମୟରେ ମଧ୍ୟ ବର୍ଷା ବିତ୍ପାଦ ହୋଇ ଏହା ଏକ ମହା ବିପତ୍ତି। ତେଣୁ ରାଜ୍ୟ ସରକାର ଫସଲ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସହାୟତା ଦେବେ ବୋଲି ଦେଇଥିବା ପ୍ରତିଶ୍ରୁତି ଏବେ ଭୁଲି ଯାଇଥିବା ମନେ ହେଉଛି। ଏହି ଦିଗରେ ସରକାରୀ ସ୍ତରରେ ବର୍ତ୍ତମାନ ସେପରି ତତ୍ପରତା ପ୍ରକାଶ ପାଉନଥିବା ଜଣାପଡ଼ୁଛି ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗ ମିଳିତ ଭାବେ ରାଜ୍ୟର ମରୁଡ଼ି ଓ ଅତିଶୟ ବର୍ଷା ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତକରି ଚାଷୀମାନଙ୍କୁ ବିଭିନ୍ନ କୃଷି ସହାୟତା ଯୋଗାଇ ଦିଅନ୍ତୁ। ବିଶେଷ କରି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା, ସମ୍ପୂର୍ଣ୍ଣ ଖରିଫ୍ କୃଷି ଋଣ ଛାଡ଼, ବିନା ସୁଧରେ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦି ରବି ଋଣ ଯୋଗାଣ, ବକେୟା ବିଜୁଳି ଓ ଜଳକର ଛାଡ଼, ମାଗଣାରେ ଉନ୍ନତମାନର ପ୍ରାମାଣିକ ବିହନ ଓ ପନିପରିବା ମଞ୍ଜି ଯୋଗାଣ, ୯୦ ପ୍ରତିଶତ ରିହାତିରେ ସୋଲାର ପମ୍ପ ଯୋଗାଣ, ୫୦ ପ୍ରତିଶତ ରିହାତିରେ ଚାଷ କାର୍ଯ୍ୟପାଇଁ ଡିଜେଲ ଯୋଗାଣ, ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବା ସହିତ ରବିଧାନ ଚାଷ ପାଇଁ ତୁରୀତ ପଦକ୍ଷେପ, ସମସ୍ତ ଚାଷୀଙ୍କୁ କାଳିଆ ଓ ପି.ଏମ. କିଷାନ ନିଧି ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଅଚଳ ଉଠା ଜଳସେଚନ ପଏଣ୍ଟଗୁଡ଼ିକ କାର୍ଯ୍ୟକାରୀ, ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.